ଯୁବ ରେଡକ୍ରସ୍ ତରଫରୁ ବିଶ୍ଵ ରେଡକ୍ରସ୍ ଦିବସ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ବିଶ୍ଵ ରେଡକ୍ରସ୍ ଦିବସ ପାଳିତ ହୋଇ ଯାଇଛି। ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ବିଶ୍ୱ ରେଡ଼କ୍ରସ ର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟ ଙ୍କ ଫୋଟ ଚିତ୍ରରେ ପୂଜ୍ୟ ପୂଜା ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରି ଉକ୍ତ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ, କାଉନସେଲର ଅଧ୍ୟାପକ ଦଣ୍ଡପାଣି ଭୂୟାଁ, ଅନ୍ତରୀଣ ଗୁଣବତ୍ତା ପ୍ରକୋଷ୍ଠ ସଂଯୋଜକ ସରୋଜକୁମାର ପାଠୀ, ଜାତୀୟ ସେବା ଯୋଜନା ଅଧିକାରୀ ଦୁଷ୍ମନ୍ତ ଶବର, ଇତିହାସ ଅଧ୍ୟାପକ ମାନସରଞ୍ଜନ ପ୍ରଧାନ, ଶ୍ରୁତିସୁଦ୍ଧା ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତ ର ଅଭାବ ନ ହେବା ପାଇଁ ନିୟମିତ ବ୍ୟବଧାନରେ ଶିବିର ର ଆୟୋଜନ କରାଯାଉ ବୋଲି ମତ ପ୍ରଦାନ କରିଥିଲେ l ରକ୍ତଦାନ ଏକ ମହତ ପୁଣ୍ୟ କାମ କରି ଅସମୟରେ ଅମୂଲ୍ୟ ଜୀବନକୁ ବଞ୍ଚାଇ ପୁଣ୍ୟ ଅର୍ଜନ କରିବା ଠାରୁ କୌଣସି ବଡ କାମ ଦୁନିଆରେ ନାହିଁ ବୋଲି କହିବା ସହ ଏହି ଦିବସର ମହତ୍ତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ଶ୍ରୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ