ଯୋଗୀମାରି ଓ ବ୍ରାହ୍ମଣପଦର ଗ୍ରାମର ପ୍ରବେଶପଥ ବନ୍ଦ କଲେ ଗ୍ରାମବାସୀ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଭଞ୍ଜନଗର କରୋନା ଭୂତାଣୁ କୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଥିବା ବେଳେ ଲକ ଡାଉନ ଓ ସଟ ଡାଉନ ସମୟରେ ଜନସାଧାରଣ ଙ୍କୁ ସଚେତନ ହୋଇ କେବଳ ନିଜ ଘରେ ରହିବାକୁ ଭଞ୍ଜନଗର ପୋଲିସ ପ୍ରଶାସନ ଓ ବିଭିନ୍ନ ସଂସ୍ଥା ତରଫରୁ ପରାମର୍ଶ ସହ ସଚେତନତା କରାଯାଉଛି।ଅତ୍ୟାବଶ୍ୟକ ସ୍ଥଳେ ହିଁ ଘରୁ ବାହାରକୁ ବାହାରି ବାକୁ କୁହାଯାଉଛି।ଅପର ପକ୍ଷରେ ପୋଲିସ ପକ୍ଷରୁ ପେଟ୍ରୋଲିଂ କୁ କଡାକଡି କରାଯାଇ ଲୋକ ମାନଙ୍କୁ ସଚେତନ ମଧ୍ୟ କରାଯାଉଛି। ବିଶେଷ କରି ବାହାର ରାଜ୍ୟରୁ ବହୁ ଲୋକ ନିଜ ଗ୍ରାମକୁ ଫେରୁଥିଲେ ମଧ୍ୟ ସେମାନେ ମେଡିକାଲ ରେ ନିଜ ସ୍ବାସ୍ଥ୍ୟ ପରୀକ୍ଷା ନକରାଇ ଗ୍ରାମ ମାନଙ୍କ ରେ ବୁଲୁ ଥିବାର ନଜରକୁ ଆସୁଛି । ତେଣୁ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ତେବେ ଭଞ୍ଜନଗର ଅଞ୍ଚଳର ଯୋଗୀମାରି ଓ ବ୍ରାହ୍ମଣପଦର ଗ୍ରାମର ପ୍ରବେଶ ପଥକୁ ଗ୍ରାମବାସୀ ମାନେ ଆଜି ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି।ଫଳରେ କେବଳ ନିଜ ଗ୍ରାମର ଲୋକଙ୍କ ବ୍ୟତୀତ ଅନ୍ୟ କୌଣସି ଲୋକଙ୍କୁ ଗ୍ରାମରେ ପଶିବାକୁ କଟକଣା ଲଗାଇଛନ୍ତି। ଏବଂ ଗ୍ରାମର ସମସ୍ତ ଲୋକ ମାନକୁ ସଚେତନ ହେବା ସହ ଗ୍ରାମରେ ସବୁ ଦିନେ ହାତକୁ ସାବୁନରେ ଧୋଇବା ପାଇଁ ମଧ୍ୟ ଗ୍ରାମବାସୀ ମାନେ ବ୍ୟବସ୍ଥା କରିଛନ୍ତି । ଲକଡାଉନ ଓ ସଟ ଡାଉନ ନ ଖୋଲିବା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ ବୋଲି ଗ୍ରାମବାସୀ ମାନେ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ