ଶହୀଦ୍ ରଘୁ-ଦିବାକରଙ୍କ ଶହୀଦ୍ ଦିବସ ପାଳିତ

ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : ଦେଶମୁକ୍ତି ତଥା ରଣପୁର ପ୍ରଜା ଆନ୍ଦୋଳନର ନେତୃତ୍ୱ ନେଇ ଶହୀଦ୍ ହୋଇଥିବା ଅମର ବିପ୍ଳବୀ ସହିଦ୍ ରଘୁ-ଦିବାକରଙ୍କର ୭୯ତମ ବଳିଦାନ ଦିବସ ସ୍ଥାନୀୟ ପ୍ରତିମୂର୍ତିସ୍ଥଳ ୟୁନିଟ୍ – ୯ ଠାରେ ପାଳିତ ହୋଇଯାଇଛି । ସରକାରଙ୍କ ତାଲାବନ୍ଦକୁ ସମ୍ମାନ ଓ ସମର୍ଥନ ଜଣାଇ ଶହୀଦ୍ ରଘୁ-ଦିବାକରଙ୍କ ଦାୟାଦ ତଥା ସ୍ମୃତି ସଂସଦର ସାଧାରଣ ସଂପାଦକ ବ୍ରଜବନ୍ଧୁ ପରିଡ଼ା ଦୁଇ ବିପ୍ଳବୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଆଜିର ପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୁଅନ୍ତୁ ବୋଲି ସେ ଗଣମାଧ୍ୟମ ଜରିଆରେ ମତ ରଖିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ରାଜଧାନୀରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ । ମାତ୍ର ସାରା ବିଶ୍ୱ କରୋନା ପାଇଁ ଚିନ୍ତିତ । ତେଣୁ ଚଳିତ ବର୍ଷ ସରକାରଙ୍କ ନିର୍ଦ୍ଦେଶକୁ ପାଳନ ପୂର୍ବକ କୌଣସି ପ୍ରକାର କାର୍ଯ୍ୟକ୍ରମ ହୋଇନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ