ଆକ୍ସନ ମୁଡ଼ରେ  ପ୍ରଶାସନ ରାସ୍ତାଘାଟ ଶୁନଶାନ

ଛତ୍ରପୁର (ଓ୍ବାଇଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଞ୍ଜାମ ଜିଲ୍ଲାରେ ୧୯ ଘଣ୍ଟିଆ ସଡ଼ଡାଉନ ଘୋଷଣା କରିଛନ୍ତି। ରବିବାର ଠାରୁ ମଧ୍ୟାହ୍ନ ୧୨ ଠାରୁ ୧୯ ଘଣ୍ଟା ପ୍ରତ୍ୟେକ ଦିନ ସଡ଼ଡାଉନ ଯୋଗୁଁ ଆସନ୍ତା ଦିନ ସକାଳ ୭ ଟା ପର୍ଯ୍ୟନ୍ତ ଲୋକ ମାନଙ୍କୁ ଘରୁ ବାହାରକୁ ବାହାରି ବାକୁ ସମସ୍ତଙ୍କୁ ବାରଣ କରାଯାଇଛି।ତେବେ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ୨୦୦୫ ଓ ଏପିଡେମିକ ଡିଜାଷ୍ଟର ଆକ୍ଟ ୧୮୯୭ ଆଧାର ରେ ଏହିସବୁ ନିୟମ ଲାଗୁ କରିଛନ୍ତି। ଯାହାକୁ ନେଇ ଗଞ୍ଜାମ ପ୍ରଶାସନ ଆକ୍ସନ ମୁଡ଼ରେ ରହିଥିବା ରେ ରହିଥିବା ଦେଖିବାକୁ ମିଳିଛି।ରବିବାର ସକାଳୁ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ , ବି ଡି ଓ ଅମ୍ବିକା ପ୍ରସାଦ ଦାଶ , ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା ଓ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ପୋଲିସ ଟିମ କୁ ନେଇ ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରି ଅମାନିଆଁ ଲୋକ ଙ୍କୁ ସାବଡ଼ କରୁଥିବା ଦେଖିବାକୁ ମିଳିଛି। ରାସ୍ତାରେ ବରିଷ୍ଟ ନାଗରିକ ମାନଙ୍କୁ ବାହାରକୁ ଆସିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।ଅଯଥାରେ ବୁଲୁଥିବା ଲୋକ ଙ୍କୁ ପୋଲିସ ଥାନାକୁ ପଠାଇ ଅଟକ ରଖାଯାଇଛି।ବାଇକ ଆରୋହି ମାନଙ୍କ ବାଇକ ଜବତ କରାଯାଇଛି। ଯାହାକୁ ନେଇ ରାସ୍ତା ଘାଟ ଶୁନ ଶାନ ହୋଇପଡିଥିବା ପରିଲକ୍ଷିତ ହୋଇଛି। କିଛି ବାହାର ଏରିଆ ଲୋକ ଗଞ୍ଜାମ ଜିଲ୍ଲା କୁ ପଶି ସମ୍ପର୍କୀୟ ମାନଙ୍କ ଘରେ ଆଶ୍ରୟ ନେଇଥିବା ଖବର ପ୍ରଚାର,ବାହାର ରାଜ୍ୟରୁ କିଛି ଲୋକ ଏହି ଜିଲ୍ଲାକୁ ଆସିଥିବା ଖବର ମିଳିବା ଏବଂ କିଛି ଲୋକ ଲକ ଡାଉନ ନୀତି ନିୟମ କୁ ପାଳନ କରୁ ନଥିବା ଅଭିଯୋଗ ପାଇବା ପରେ ଜିଲ୍ଲା ପ୍ରଶାସନ ଏପରି କଠୋର ନିଷ୍ପତି ଗ୍ରହଣ କରିଥବା ଜଣା ପଡିଛି। ଏ ନେଇ ଏନ ଏ ସି ପ୍ରଶାସନ ପକ୍ଷରୁ ରାତ୍ରରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଛତ୍ରପୁର ସହରାଞ୍ଚଳ ର ୧୪ ଟା ୱାର୍ଡ ରେ ସଟ ଡାଉନ ଘୋଷଣା କରାଯାଥିବା ପ୍ରଚାର କରାଯାଇଛି।ଖିଲାପ କାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସୂଚନା ପ୍ରଦାନ କରାଯାଇଛି। ସଟ ଡାଉନ ସମୟ ଅବଧି ପରେ ସକାଳ ୭ ଟା ଠାରୁ ୧୨ ଟା ମଧ୍ୟରେ କିଛି ଔଷଧ ଦୋକାନ ଖୋଲିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି।ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଲୋକେ ସେ ସମୟ ମଧ୍ୟରେ କୋଭିଡ-୧୯ ନିୟମ ମାନି ଚଳିବାକୁ କୁହା ଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ