ଯୋଗ୍ୟ ପାର୍ଥୀ ଚୟନ କରିବାକୁ ଭୋଟରଙ୍କୁ ବରିଷ୍ଠ ନାଗରିକ ମଞ୍ଚର ପରାମର୍ଶ

ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍): ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ ଶତପ୍ରତିଶତ ମତଦାତା ସେମାନଙ୍କ ଭୋଟଦାନ କରିବା ସହିତ ଜିଲ୍ଲାର ସାମଗ୍ରିକ ବିକାଶ କଳ୍ପେ ଦକ୍ଷ ଓ ଯୋଗ୍ୟ ପ୍ରାର୍ଥୀଙ୍କ ସପକ୍ଷରେ ସେମାନଙ୍କ ମତ ସାବ୍ୟସ୍ତ କରିବାକୁ ବାଲେଶ୍ୱର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପରାମର୍ଶ ଦିଆଯାଇଛି । ଆଜି ପୂର୍ବାହ୍ନରେ ସ୍ଥାନୀୟ ନୃତ୍ୟ ସଙ୍ଗୀତ କଳା ମନ୍ଦିରରେ ବାଲେଶ୍ୱର ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମଞ୍ଚ ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିଲେ । ସାଧାରଣ ସଂପାଦକ ଲକ୍ଷ୍ମୀଧର ବେହେରାଙ୍କ ଦ୍ୱାରା ଆଗତ କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ପ୍ରସ୍ତାବମାନ ଗୃହୀତ ହୋଇଥିଲା । ନିର୍ବାଚନ ଜନିତ କାରଣରୁ ଚଳିତ ବର୍ଷ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ସମ୍ମିଳନୀକୁ ଆଗାମୀ ଜୁନ୍ ୧୬ ତାରିଖରେ କରାଯିବାର ନିଷ୍ପତ୍ତି ନିଆଗଲା । ଏଥିଲାଗି ପ୍ରକାଶ ପାଇବାକୁଥିବା ବାର୍ଷିକ ମୁଖପତ୍ର ‘ସାୟାହ୍ନ’ ପାଇଁ ଏପ୍ରିଲ୍ ମାସ ସୁଦ୍ଧା ଲେଖା ପଠାଇବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା । ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ ଜେରିଆଟ୍ରିକ୍ ୱାର୍ଡ଼କୁ ଆଗାମୀ ପନ୍ଦରଦିନ ମଧ୍ୟରେ କାର୍ଯ୍ୟକାରୀ କରାଇବାକୁ ଜିଲ୍ଲାପାଳ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ବୈଠକ ପକ୍ଷରୁ ଦୃଢ଼ ଦାବି କରାଯାଇଥିଲା । ୮୦ବର୍ଷରୁ ଊଦ୍ଧ୍ୱର୍ ବୟସ୍କ ଅବସରପ୍ରାପ୍ତ ସରକାରୀ ଓ ବ୍ୟାଙ୍କ କର୍ମଚାରୀମାନଙ୍କ ଲାଗି ମିଳୁଥିବା ୨୦ ପ୍ରତିଶତ ଅଧିକ ପେନ୍ସନ୍ ଅର୍ଥ ସେମାନଙ୍କ ଷାଠିଏ ବର୍ଷ ପରେ ପ୍ରତି ପାଞ୍ଚବର୍ଷରେ ୫ ପ୍ରତିଶତ ବୃଦ୍ଧି ହାରରେ ପ୍ରଦାନ କରାଯିବାକୁ ସଭାପକ୍ଷରୁ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଆଗାମୀ ତିନିବର୍ଷ ଲାଗି ସାଧାରଣ ପରିଷଦର ଅନୁମୋଦନ କ୍ରମେ ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଗଲା । ଏଥିରେ ସଭାପତି ଭାବରେ ବୈଦ୍ୟନାଥ ଷଡ଼ଙ୍ଗୀ ରହିଥିବାବେଳେ ଧୀରେନ୍ଦ୍ର ନାରାୟଣ ଦାସ, ଭଗବାନ ଚନ୍ଦ୍ର ରାଉତ, ଗିରୀଶ ଚନ୍ଦ୍ର ଦାଶ, ହରମୋହନ ଦାଶ ଓ ବସନ୍ତଲତା ପଟ୍ଟନାୟକ, ଉପସଭାପତି, ଲକ୍ଷ୍ମୀଧର ବେହେରା, ସାଧାରଣ ସଂପାଦକ, ମନୋରଂଜନ ପାଲ, ସତ୍ୟବ୍ରତ ମହାନ୍ତି, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ଗୌରାଙ୍ଗ ପାଣିଗ୍ରାହୀ, ନିରୁପମା ସେଠୀ, ପ୍ରଭାସିନି କର, ସଂପାଦକ, ଶରତ ଚନ୍ଦ୍ର ଦାଶ, କୋଷାଧ୍ୟକ୍ଷ, ଅପର୍ଣ୍ଣା କର, ସହକୋଷାଧ୍ୟକ୍ଷା ଓ ଅକ୍ଷୟ କୁମାର ତ୍ରିପାଠି ହିସାବ ସମୀକ୍ଷକ ଅଛନ୍ତି । ଏମାନଙ୍କ ସହ କାର୍ଯ୍ୟକାରୀ କମିଟିରେ ଡ. ଉପେନ୍ଦ୍ର ନାଥ ଦାସ, ଡ. ପଦ୍ମଲୋଚନ ପାତ୍ର, ରେଣୁବାଳା ଦାସ, ରାଜେନ୍ଦ୍ର ନାଥ ରାଉତ, ଦେବେନ୍ଦ୍ର ନାଥ ଚୌଧୁରୀ, ବେଣୁଧର ପାଳ, ଗୋପୀନାଥ ଦାସ, ଶଚୀନ୍ଦ୍ର ନାଥ ଦାସ, ଗଦାଧର ପ୍ରଧାନ, ସୁରେଶ ଚନ୍ଦ୍ର ଜେନା, ମଧୁସୂଦନ ଜେନା, ଦାମୋଦର ନାୟକ, ଦେବବ୍ରତ ପାଣିଗ୍ରାହୀ, ମୁକ୍ତିକାନ୍ତ ମହାନ୍ତି, ଅନୀଲ କୁମାର ସୂର୍ଯ୍ୟଙ୍କୁ ନିଆଯାଇଛି । ହିମାଂଶୁ କୁମାର ଦାସ, ପ୍ରଫେସର ଅନନ୍ତ କୁମାର ପ୍ରଧାନ, ଡ. କୁନାନନ୍ଦ ଗିରି, ପଣ୍ଡିତ ସୁରେନ୍ଦ୍ର ନାଥ କର, ଧ୍ରୁବ ଚରଣ ରଣା, ଅଖିଳ କୁମାର ଦାସ, ଉପେନ୍ଦ୍ର ନାଥ ପାତ୍ର, ରବୀନ୍ଦ୍ର ନାଥ ଦେ, ନିରଞ୍ଜନ ରାଉତ, ଚତୁର୍ଭୁଜ ମଲ୍ଲିକ, ବିରେନ୍ଦ୍ର ନାରାୟଣ ପ୍ରହରାଜ, ସନାତନ ନାୟକ, ଅନୁଶ୍ରୀ କୁମାର ସାହୁ, ରବୀନ୍ଦ୍ର ପ୍ରହରାଜ, ଡା. ସନାତନ ଦାସ, ପୁରୁଷୋତ୍ତମ ବେହେରା, ଲମ୍ବୋଦର ନାୟକ, ସୋମା ସିଂ ଓ ଲକ୍ଷ୍ମୀକାନ୍ତ ପାଢ଼ୀ ପ୍ରମୁଖ ଉପଦେଷ୍ଟା ମଣ୍ଡଳୀ ସଦସ୍ୟଭାବେ ରହିଛନ୍ତି । ଶେଷରେ ସଂପାଦିକା ନିରୁପମା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ