ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ ଯୋଜନା ଘର 

ହାଟଡିହି,(ବିକାଶ ବିଶ୍ୱାଳ) : ଯୋଗ୍ୟ ହିତାଧିକାରୀଙ୍କୂୁ ଆବାସ ଯୋଜନା ଘର ମିଳୁନଥିବାବେଳେ ଅଯୋଗ୍ୟଙ୍କୁ ଯାହାକୁ ଯେତେ ମିଳୁଛି । ଏପରି ଏକ ଅଭିେଂଯାଗ ଆସିଛି ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମରୁ । ଗ୍ରାମର ଧ୍ରୂବ ଚରଣ ମହାନ୍ତି ନାମକ ଜଣେ ବ୍ୟକ୍ତି ଗତ ୨୦୦୨ ମସିହାରେ ପାୱାରଟିଲରରେ ଚାଷ କରୁଥିବାବେଳେ ଅସାବଧାନତା ବସତଃ ତାଙ୍କ ଗୋଡ କଟିଯାଇଥିଲା । ଅନେକ ଦିନ ଡାକ୍ତରଖାନାରେ ରହି ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ଘରେ ୫ ପ୍ରାଣୀ କୁଟୁମ୍ବ  ଯେଉଁମାନେ କି ଧ୍ରୁବଙ୍କ ଉପରେ ନିର୍ଭରଶୀଳ । ଧ୍ରୁବଙ୍କ ଗୋଟିଏ ଗୋଡ କଟିଯିବାରୁ ସେ ଆଉ କିଛି କାମଦାମ କରିପାରିଲେ ନାହିଁ । ଅକର୍ମଣ୍ୟ ହୋଇଯିବାରୁ ପରିବାରଟି ଅସହାୟ ହୋଇପଡିଲା । ତାଙ୍କର ଏକ ଚାଳଘର ଥିବାବେଳେ ସେ ଦୀର୍ଘ ବର୍ଷ ହେଲା ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବାପାଇଁ ଆବେଦନ କରିଆସୁଛନ୍ତି । କିନ୍ତୁ ତାଙ୍କ ଆବେଦନକୁ କେହି କର୍ଣ୍ଣପାତ କରୁ ନାହାନ୍ତି । ଗତବର୍ଷ ଅଗ୍ରାଧିକାର ଭିତ୍ତିକ ତାଲିକାରେ ତାଙ୍କ ନାମ ଥିବାବେଳେ ଚଳିତବର୍ଷ ଘର ଖଣ୍ଡିଏ ପାଇବେ ବୋଲି କେତେ ଆଶା ବାନ୍ଧିଥିଲେ । କିନ୍ତୁ ଆବାସ ଯୋଜନା ଗୃହ ଆସିବା ବେଳକୁ ତାଲିକାରୁ ତାଙ୍କ ନାମ ବାଦ ପଡିଛିବୋଲି ଜାଣିବାକୁ ପାଇଥିଲେ । ଖାଲି ଧ୍ରୁବ ଚରଣ ମହାନ୍ତି ନୁହଁନ୍ତି ଗ୍ରାମର ନେତ୍ର ମୋହନ ଡଙ୍କ, ନୃଷିହଂ ମହାନ୍ତି, ବିଦ୍ୟାଧର ପରିଡା, ଗୟାଧର ଜେନା, ଭଗବାନ ଜେନା, ବିଷ୍ଣୁ ଜେନା, ମୁରଲୀଧର ବେହେରା, ତିେଳୋତ୍ତମା ବିନ୍ଧାଣୀ, ଅର୍ଜୁନ ସାହୁ, ମହେଶ୍ୱର ମହାନ୍ତି, ସନାତନ ରଣା, ଚନ୍ଦ୍ରମଣି ଓଝା, ଚୌଧୁରୀ ପାତ୍ର, ପରିକ୍ଷିତ ମହାନ୍ତିଙ୍କ ସମେତ ଅନେକ ଗରିବ ହିତାଧିକାରୀ ଏହି ଯୋଜନାରୁ ବାଦ ପଡିଥିବା ଅଭିଯୋଗ ହୋଇଛି । ସେମାନଙ୍କ ନାମ ପୁର୍ବରୁ ଅଗ୍ରାଧିକାର ତାଲିକା (ପ୍ରାଓରୋଟି ତାଲିକା) ରେ ନାମ ଥିଲେ ମଧ୍ୟ ଚଳିତବର୍ଷ ତାହା କଟି ଯାଇଥିବା ଅଭିଯୋଗ କରିଛନ୍ତି । ହାଟଡିହି ବ୍ଲକର ବିଡିଓ ଏବଂ କେନ୍ଦୁଝର ଜିଲ୍ଲାପାଳ ଏହି ଗରିବ ଲୋକମାନଙ୍କୁ ବାସଗୃହ ଯୋଜନାରେ ସାମିଲ କରି ବାସଗୃହ ଯୋଗାଇ ଦେବାକୁ ସେମାନେ ନିବେଦନ କରିଛନ୍ତି । ଏ ସମ୍ପର୍କରେ ବ୍ଲକର ଆବାସ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଚାରିବାରେ ସେମାନଙ୍କ ନାମ ଲିଷ୍ଟରେ ଅଛିକିନ୍ତୁ ସେମାନେ ତାଙ୍କ ଡକୁମେଣ୍ଟ ଦେଇ ନଥିବାରୁ ନାମ ପଞ୍ଜିକୃତ ହୋଇପାରୁନି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ