ଯୋଗ ମହୋତ୍ସବ ସମିତି ବାଲେଶ୍ୱରର ବୃକ୍ଷରୋପଣ
ବାଲେଶ୍ୱର, (ସରୋଜ ପଣ୍ଡା):ଯୋଗ ମହୋତ୍ସବ ସମିତି ବାଲେଶ୍ୱର ତଥା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଓ ସହାୟକ ସଂଘ ଦ୍ୱାରା ଆଜି ଏକ ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ଶ୍ରୀ ବନମାଳୀ ନାୟକ ଓ ଯୋଗ ମହୋତ୍ସବ ସମିତିର ସଭାପତି ଶ୍ରୀ ସୁଜିତ୍ କୁମାର ଜେନା ଉଦ୍ଘାଟନ କରିଥିଲେ । ଖନ୍ତାପଡ଼ାଠାରେ ବ୍ୟାଙ୍କ୍ ଅଫ୍ ବରୋଦାର ଅବସରପ୍ରାପ୍ତ ଅଫିସର ଶ୍ରୀ ସରୋଜ କୁମାର ପ୍ରଧାନଙ୍କ ଦ୍ୱାରା ତିଆରି କରାଯାଇଥିବା ଲୋପିତା ମେମୋରିଆଲ୍ ବୃଦ୍ଧାଶ୍ରମରେ ଏହି ବୃକ୍ଷରୋପଣ କରାଯାଇଥିଲା । ଏଥିରେ ବିଭିନ୍ନ ସଂଘ, ଯୋଗ ମହୋତ୍ସବ ସମିତିର ଶ୍ରୀମତୀ ଦମୟନ୍ତୀ ମହାପାତ୍ର, ଶ୍ରୀ ଅଜୟ କୁମାର ଚୌଧୁରୀ, ଶ୍ରୀ ବଳଭଦ୍ର ଶତପଥୀ, ଶ୍ରୀମତୀ ମାନସୀ ଦାସ, ଶ୍ରୀମତୀ ସ୍ନେହଲତା ଦାସ, ଶ୍ରୀମତୀ ଅର୍ଚ୍ଚନା କର, ଶ୍ରୀମତୀ ରେଣୁକା ଜେନା, ବାହାନଗା ସମିତିର ଶ୍ରୀ ଗୋବର୍ଦ୍ଧନ ସାହୁଙ୍କ ସମେତ ଅବସରପ୍ରାପ୍ତ କର୍ମଚାରୀ ସଂଘର ସମ୍ପାଦକ ଶ୍ରୀ ବସନ୍ତ ନାୟକ, ଶ୍ରୀ ଶଚୀନ୍ଦ୍ର ଦାସ, ଶ୍ରୀ ସୁଦର୍ଶନ ଦାସ, ସେକ୍ ଆଲାଦିନ୍, ଶ୍ରୀ ଭବେଶ ପଣ୍ଡା, ସହାୟକ ସଂଘର ସମ୍ପାଦକ ଶ୍ରୀ ବିଜୟ କୁମାର ଦାସ ଅଧିକାରୀ, ଶ୍ରୀ ଅକ୍ଷୟ କୁମାର କର ପ୍ରମୁଖ ଭାଗ ନେଇଥିଲେ ।