ଯୋଡାରେ କଲ୍ୟାଣ ମଣ୍ଡପରେ ଆନ୍ତର୍ଜାତୀୟ ବାର୍ଦ୍ଧକ୍ୟ ଦିବସ ପାଳନ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ସହରର କଲ୍ୟାଣ ମଣ୍ଡପଠାରେ ଯୋଡା ପୌରପାଳିକା ପକ୍ଷରୁ ମଙ୍ଗଳବାର ଆନ୍ତର୍ଜାତୀୟ ବାର୍ଦ୍ଧକ୍ୟ ଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଏବଂ ସମ୍ମାନୀତ ଅତିଥି ଭାବେ ପୌରପାଳିକା ପରିମଳ ଅଧିକାରୀ ରାଜେନ୍ଦ୍ର କୁମାର ମିଶ୍ର , ଯୋଡାର ବରିଷ୍ଠ ନାଗରିକ ପ୍ରକାଶ କୁମାର ମହାନ୍ତି ଓ ସାରଦା ପ୍ରଶନ୍ନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଆନ୍ତର୍ଜାତୀୟ ବାର୍ଦ୍ଧକ୍ୟ ଦିବସ ପାଳନ ର ତାତ୍ପର୍ଯ୍ୟ ବିଷୟରେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୌରପାଳିକାର ବିଭିନ୍ନ ଓାର୍ଡର ଶତାଧିକ ବୃଦ୍ଧାବୃଦ୍ଧମାନେ ଯୋଗ ଦେଇଥିଲେ । ବୃଦ୍ଧାବୃଦ୍ଧମାନଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ହେଲେ ପୌରପାଳିକା ପକ୍ଷରୁ ଆଇନ ସହାୟତା ଯୋଗାଇ ଦିଆଯିବ , ବୃଦ୍ଧାବୃଦ୍ଧମାନଙ୍କ ପାଇଁ ଆବଶ୍ୟକ ଥିବା ଆଶାବାଡି ଏବଂ ଦୂର ସ୍ଥାନକୁ ଯାତାୟତ ପାଇଁ ରିକ୍ସା ଯୋଗାଇ ଦିଆଯିବା ସହିତ ବୃଦ୍ଧାବୃଦ୍ଧଙ୍କ ମୃତ୍ୟୁ ହେଲେ ପୌରପାଳିକା ପକ୍ଷରୁ ୩୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି ଏଣୁ ଲୋକମାନେ ଆବେଦନ କରି ଏହି ବ୍ୟବସ୍ଥାର ସୁବିଧା ଉଠାଇବାକୁ ଏବଂ ଯେଉଁ ବୃଦ୍ଧାବୃଦ୍ଧମାନେ ନିଜର ଅଭିଯୋଗ କରିବା ପାଇଁ ଯାଇନପାରିବେ ସେମାନେ ପ୍ରତି ଓାର୍ଡରେ ଥିବା ଓାର୍ଡ ଅଫିସରଙ୍କଠାରେ ନିଜର ଅଭିଯୋଗ କରିପାରିବେ ବୋଲି ଉପସ୍ଥିତ ବୃଦ୍ଧାବୃଦ୍ଧମାନଙ୍କୁ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟ ଯୋଶୀ ତାଙ୍କ ଭାଷଣରେ କହିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ପୌରପାଳିକାର କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ