ଯୋଡାରେ ସାଧାରଣତନ୍ତ୍ର ଦିବସ ପାଳନ

ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ
ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଯୋଡା ଟାଟା ଷ୍ଟିଲ ଓଏମ୍‌କ୍ୟୁ ଡିଭିଜନ୍ ପକ୍ଷରୁ ଯୋଡ଼ାସ୍ଥିତ ସେନ୍ଟ୍ରାଲ ପ୍ଲେ ଗ୍ରାଉଣ୍ଡରେ ୭୧ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଯାଇଛି । ଟାଟା ଷ୍ଟିଲ ଯୋଡ଼ା ମୁଖ୍ୟ ଶ୍ରୀ ରାଜେଶ କୁମାର, କମ୍ପାନୀର ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ସଂଘ କର୍ମକର୍ତାଙ୍କ ଉପସ୍ଥିତିରେ ସେନ୍ଟ୍ରାଲ ପ୍ଲେ ଗ୍ରାଉଣ୍ଡରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତୋଳନ କରିଥିଲେ । ଏହି ଅବସରରେ ଯୋଡ଼ାସ୍ଥିତ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କ ପକ୍ଷରୁ ପ୍ୟାରେଡ଼ କରାଯାଇଥିବାବେଳେ ଶ୍ରୀ ରାଜେଶ କୁମାର ଅଭିବାଦନ ଗ୍ରହଣ କରିଥିଲେ । ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର, ଟିଏସ୍‌ଆରଡିଏସ୍ ଓ ବିଭିନ୍ନ ବିଭାଗ ପକ୍ଷରୁ ଆଡ଼ମ୍ବରପୂର୍ଣ୍ଣ ପ୍ରଦର୍ଶନୀ ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ କମ୍ପାନୀ ମୁଖ୍ୟ ଶ୍ରୀ ରାଜେଶ କୁମାର ଟାଟା ଷ୍ଟିଲର ୩୩ଜଣ କର୍ମଚାରୀଙ୍କୁ ଦୀର୍ଘକାଳୀନ ସେବା ଓ ନିରାପତା ଅଧିକାରୀଙ୍କୁ ସେମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସମ୍ମାନିତ କରିଥିଲେ । ଏହାପରେ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ସାଂସ୍କୃତିକ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଯୋଡା ପୌରପାଳିକା କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ, ଜଲହରି ଗ୍ରାମପନଚାୟତ କାର୍ଯ୍ୟାଳୟ, ଯୋଡା ମହିଳା ମହାବିଦ୍ୟାଳୟ, ବୃହସ୍ପତି ମହାବିଦ୍ୟାଳୟ ଓ ରୋଟାରୀ କ୍ଲବ ଆନୁକୂଲ୍ୟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ