ଯୋଡା ବ୍ଲକରେ ଚାଷୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲା ଯୋଡା ବ୍ଲକ ସଭାଗୃହଠାରେ ରବିବାର କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ  ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ବଡବିଲ ତହସିଲଦାର ତଥା ଯୋଡା ବିଡିଓ କ୍ଷୀରୋଦ କୁମାର ବେହେରା ଙ୍କ ସମେତ ଚମ୍ପୁଆ କୃଷି ଜିଲା  ଅଧିକାରୀ ଗଜେନ୍ଦ୍ର ନାଥ ଗୋଛାୟତ, ଯୋଡା ବ୍ଲକ କୃଷି ଓ ସୂଚନା ପରାମର୍ଶ କେନ୍ଦ୍ରର ଅଧ୍ୟକ୍ଷ କବିନ୍ଦ୍ର ନାଏକ, ବାମେବାରୀ ସହକାରୀ କୃଷି ଅଧିକାରୀ ପ୍ରଫୁଲ କୁମାର ପ୍ରଧାନ, କୃଷି ଓ ସୂଚନା ପରାମର୍ଶ କେନ୍ଦ୍ରର ସଦସ୍ୟ ଦଶରଥ ବାରିକ ଓ ଯୁବ ଚାଷୀ ସଂଜୟ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଖଣି ଅଂଚଳରେ କିପରି ଚାଷ କାର୍ଯ୍ୟକୁ ଲୋକେ ଆପଣାଇ ସ୍ୱାବଲମ୍ବୀ ହୋଇପାରିବେ ସେ ନେଇ ଆଲୋଚନା କରାଯିବା ସହିତ ଯୋଡା ଖଣି ଅଂଚଳରେ ଉଁଚବାଲୀ ଗ୍ରାମର ସଂଜୟ ବାରିକ ଚାଷ କାର୍ଯ୍ୟ କରି ଉଦାହରଣ ପାଲଟିଥିବାରୁ କୃଷି ବିଭାଗ ପକ୍ଷରୁ  ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ