ଯୋଡା ବ୍ଳକ୍ ଅନ୍ତର୍ଗତ ଟଣ୍ଟ ଗ୍ରାମ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଯୋଡ଼ା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ଯୋଡା ବ୍ଳକ୍ ଅନ୍ତର୍ଗତ ଟଣ୍ଟ ଗ୍ରାମ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଚଳିତ ମାସ ୮ ତାରିଖ ଦିନ ଆନ୍ତର୍ଜାତୀୟ ମହିଳା ଦିବସ ଥିବାବେଳେ ସେହି ଦିନ ହୋଲି ମହୋତ୍ସବ ପଡୁଥିବା କାରଣରୁ ଟଣ୍ଟ ଗ୍ରାମରେ ଆଜି ଏହି ଦିବସକୁ ଖୁବ ଧୁମଧାମରେ ପାଳନ କରାଯାଇଛି। ଟଣ୍ଟ ଗ୍ରାମର ଡେଭଲପମେଣ୍ଟ କମିଟି ଦ୍ଵାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସ୍ଥାନୀୟ ନରଭେରାମ ପାୱାର ଆଣ୍ଡ ଷ୍ଟିଲ ପ୍ରାଃ ଲି ଖଣି କମ୍ପାନୀ ସହଯୋଗ କରିଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସେରେଣ୍ଡା ସରପଞ୍ଚ ପ୍ରମିଳା ନାଏକ ଯୋଗ ଦେଇ ମହିଳା ମାନଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ । ନରଭେରାମ ପାୱାର ଏଣ୍ଡ ଷ୍ଟିଲ ପ୍ରା ଲି ସଦାନନ୍ଦ ରଣା ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ସମାଜଗଠନରେ ମହିଳା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିହିତ କରିବା ସହ ମହିଳା ଦେଶ ବିକାଶର ସୁତ୍ରଧର ସାଜିବାକୁ ଆହ୍ବାନ ଦେଇଥିଲେ। ୱାର୍ଡ ମେମ୍ବର ବିଣା ମୁଣ୍ଡା, ନାଏବ ସରପଞ୍ଚ ସୁରେଶ ମୁଣ୍ଡା ଓ ସମାଜସେବୀ ଟଣ୍ଟୋ ଡେଭଲପମେଣ୍ଟ କମିଟିର ପ୍ରତ୍ୟେକ ସଦସ୍ୟ ଏହି ଉତ୍ସବରେ ଯୋଗଦେଇଥିଲେ । ପରିଶେଷରେ ଛୋଟ ଛୁଆ ଓ ମହିଳା ମାନଙ୍କ ମଧ୍ୟରେ ଖେଳକୁଦ ଅନୁଷ୍ଠିତ ହୋଇଥିବା ବେଳେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ