ଯୋଡା ମହିଳା ମହାବିଦ୍ୟାଳୟରେ ‘ମୋ କଲେଜ ଅଭିଯାନ’ କାର୍ଯ୍ୟକ୍ରମ
ଯୋଡ଼ା, (ସମୀର କୁମାର ଦାସ) : ସହରସ୍ଥିତ ମହିଳା ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ଅପରାହ୍ନ ୪ ଘଟିକାରେ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ଶୁଭ ଉଦ୍ଘାଟନ କରିଥିଲେ । ଏହା ସହିତ ମୁଖ୍ୟମନ୍ତ୍ରୀ ମୋ କଲେଜ ୱେବ ପର୍ଟାଲର ମଧ୍ୟ ଶୁଭାରମ୍ଭ କରିଥିଲେ । ଏଥିରେ କୋଭିଡ୍ ନିୟମ ମାନି ଯୋଡା ସହରର ଡା. ଅନିଲ ଦାସ, ଡା. ଜଗଦୀଶ ସାହୁ, ଡା. ଶୁବଧ ତ୍ରୀପାଠୀ, ପୌରପାଳିକା ଡା. ପି.କେ. ନାୟକ, ଆଇନଜୀବି ସୂର୍ଯ୍ୟକାନ୍ତ ତ୍ରିପାଠୀ, କଲେଜର ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀଙ୍କ ସମେତ କଲେଜର ପୁରାତନ ଛାତ୍ରୀ ଓ ଅଭିଭାବକମାନେ ଅଂଶଗ୍ରହଣ କରିଥିଲେ । ଉଚ୍ଚ ଶିକ୍ଷା ବିଭାଗର ମୋ କଲେଜ ଅଭିଯାନରେ ପୂରାତନ ଛାତ୍ରୀଛାତ୍ର ଏବଂ ସ୍ଥାନୀୟ ଅଂଚଳର ବିଶିଷ୍ଟ ବ୍ୟକ୍ତିମାନେ ଯୋଡି ହେଲେ ଶିକ୍ଷାର ବିକାଶ ସହିତ ମହାବିଦ୍ୟାଳୟର ମଧ୍ୟ ବିକାଶ ସମ୍ଭବ ହେବ ବୋଲି ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ମୃଦୁଳା ମହାନ୍ତି ଧନ୍ୟବାଦ ପ୍ରସ୍ତାବରେ ଦେଇଥିଲେ ।