ଯୋଧପୁରରେ ବାହା ହେବେ ରଣବୀର-ଆଲିଆ

ବଲିଉଡର ଅନ୍ୟତମ ପ୍ରେମୀଯୁଗଳ ରଣବୀର କପୁର ଓ ଆଲିଆ ଭଟ୍ଟ ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ବାହା ହେବେ । ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଥିବା ନିମନ୍ତ୍ରଣ କାର୍ଡରୁ ଏହା ଜଣାପଡ଼ିଛି । ତେବେ ଏହା ସତ ନା ମିଛ ସ୍ପଷ୍ଟ ହୋଇପାରିନି । କାରଣ ଗତକାଲି ଯେତେବେଳେ ଆଲିଆଙ୍କୁ ଏ ବିଷୟରେ ପଚରାଯାଇଥିଲା, ସେ କେବଳ ହସି ଦେଇ ଚାଲି ଯାଇଥିଲେ । ରଣବୀରଙ୍କ ପକ୍ଷରୁ ବି ଏନେଇ କିଛି ସଫେଇ ଦିଆଯାଇନି । ତେଣୁ ଏହା ଫେକ୍ ନିମନ୍ତ୍ରଣ କାର୍ଡ ବୋଲି ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ଅର୍ଜୁନ କପୁର ଓ ମଲାଇକା ଅରୋରାଙ୍କ ବାହାଘର କାର୍ଡ ମଧ୍ୟ ଭାଇରାଲ୍ ହୋଇଥିଲା । ଅନ୍ୟପକ୍ଷରେ ଏକରିପୋର୍ଟ ଅନୁସାରେ ରାଜସ୍ଥାନର ଯୋଧପୁରସ୍ଥିତ ଉମୈଦ ଭବନ ପ୍ୟାଲେସରେ ରଣବୀର ଓ ଆଲିଆଙ୍କ ବାହାଘର ହେବ । ସେମାନଙ୍କ ବିବାହର ଭାଜି ଦାୟିତ୍ୱ ଋତୁ ଡାଲମିଆଙ୍କୁ ଦିଆଯାଇଛି । ଅନୁଷ୍କା ଓ ବିରାଟଙ୍କ ବାହାଘର ଭାଜିର ଦାୟିତ୍ୱ ବି ତାଙ୍କୁ ମିଳିଥିଲା । ରଣବୀର-ଆଲିଆଙ୍କ ବାହାଘର ଦେଖିବାକୁ ସେମାନଙ୍କ ଫ୍ୟାନମାନେ ଅପେକ୍ଷା କରି ରହିଥିବା ବେଳେ ଏ ଖବର ପାଇବା ପରେ ସେମାନେ ଖୁସି ହୋଇଯାଇଛନ୍ତି । ଆସନ୍ତା ଜାନୁଆରୀ ମାସରେ ନ ହେଲେ ବି ଖୁବ୍‌ଶୀଘ୍ର ସେମାନଙ୍କ ବାହାଘର ହେବାକୁ ଯାଉଛି ବୋଲି ସେମାନେ ଆଶା ରଖିଛନ୍ତି । ସୂଚନାଯୋଗ୍ୟ, ବର୍ତ୍ତମାନ ରଣବୀର ଓ ଆଲିଆ “ବ୍ରହ୍ମାସ୍ତ୍ର’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ଦୁହେଁ ପ୍ରଥମ ଥର ଏକାଠି ଅଭିନୟ କରୁଛନ୍ତି । ଅୟାନ୍ ମୁଖାର୍ଜୀ ଏହାର ନିର୍ଦ୍ଦେଶନା ଦେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ