ରକ୍ତଦାନ ଶିବିର ଅନୁଷ୍ଠିତ
ଭଞ୍ଜନଗର – (ଯୁଗାବ୍ଦ ନ୍ୟୁଜ ) ଓଡ଼ିଶାରେ ବିଭିନ୍ନ ସଂଗଠନ ଦ୍ୱାରା ମାନବକଲ୍ୟାଣ ଉଦେଶ୍ୟ ରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଥିବା ବେଳେ ଗତକାଲି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସହର ର ନିୟନ୍ତ୍ରିତ ବଜାର କମିଟି ପରିସରରେ ଓଡିଶା ସ୍ବର୍ଣ୍ଣ ମୂଲ୍ୟ ନିରୂପଣ ସଂଘ ଏବଂ ମାନବ ଅଧିକାର ଓ ଜନ ଜାଗରଣ ସଂଗଠନ ର ମିଳିତ ସହଯୋଗ ରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ର ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଏସ.ଡି.ପି.ଓ ଶୁଭ୍ରାଂଶୁ ଶେଖର ମିଶ୍ର, ସମ୍ମାନିତ ଅତିଥି ଭାବେ ଆଇ.ଆଇ.ସି ସୁଦୀପ୍ତ କୁମାର ସାହୁ, ଦୁର୍ଗା ମାଧବ ଆଚାରୀ, ମୁରଲୀ କ୍ରିଷ୍ଣା ଆଚାରୀ, ଧର୍ମ ରାଜ ଆଚାରୀ, ରାଜେନ୍ଦ୍ର କୁମାର ନାୟକ, ରବୀନ ପୋଲାଇ, ଆଶିଷ କୁମାର ଗୌଡ଼ ଏବଂ ବିଭିନ୍ନ ବ୍ୟାଙ୍କ ର ପରିଚାଳକ ମାନେ ଉପସ୍ଥିତ ଥିଲେ । ଏହି ଶିବିର ରେ ଓଡିଶା ରକ୍ତ ଭଣ୍ଡାର ର କର୍ମଚାରୀ ଙ୍କ ସହଯୋଗ ରେ ମୋଟ ୩୦ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।