ରାଉରକେଲାରେ ମହାରାଜା ଅଗ୍ରସେନ୍ ସମାଜ ଜୟନ୍ତୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

ରାଉରକେଲା – ପୂର୍ବ ଭାରତରେ ପ୍ରାକୃତିକ ସମ୍ବଳର ଯଥେଷ୍ଟ ସମ୍ଭାବନା ରହିଛି । ପୂର୍ବ ଭାରତରେ ସମ୍ପନ୍ନତା, ପୁଞ୍ଜି ଓ ସମ୍ଭାବନା ବିଶେଷ ଭାବେ ରହିଥିବା ବେଳେ ଏବେ ପୁଞ୍ଜିକୁ ବହୁ ଗୁଣିତ କରିବାର ସମୟ ଆସିଛି ବୋଲି ବୋଲି ତିନିଦିନିଆ ରାଉରକେଲା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସେଠାରେ ଆୟୋଜିତ ମହାରାଜା ଅଗ୍ରସେନ୍ ସମାଜ ଜୟନ୍ତୀ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ଭାରତକୁ ପ୍ରଧାନ୍ୟ ଦେଉଥିବା ବେଳେ ପୂର୍ବ ଭାରତ ବିକାଶ ନହେଲେ ଭାରତର ବିକାଶ ଅସମ୍ଭବ ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦୁଝର, ସୁନ୍ଦରଗଡର ଲୁହାପଥର ଦୁନିଆର ସବୁ ରାଷ୍ଟ୍ର ଠାରୁ ଅନ୍ୟତମ । ରାଉରକେଲାକୁ କିପରି ଆଗକୁ ନିଆଯାଇପାରିବ ଏବଂ ରାଉରକେଲାର ଅର୍ଥନୀତିକୁ ଆଗକୁ  ନେବା ଦିଗରେ କେନ୍ଦ୍ର ସରକାର କାର୍ଯ୍ୟରତ ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତକୁ ବଡ ଅର୍ଥନୀତି କରିବାରେ ଭାରତ ସରକାର କାମ କରୁଛନ୍ତିା ତେବେ ଅର୍ଥନୀତିକୁ ବଡ କରିବା ପାଇଁ ମହାରାଜାଙ୍କ ଅଗ୍ରସେନ୍ଙ୍କ ପଦ୍ଧତି ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ସମାଜ ସ୍ଥାନୀୟ ଅର୍ଥନୀତିକୁ ବୁଝିବା ଜରୁରୀ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ଅଗ୍ରସେନ୍ ମାହାରାଜଙ୍କ ସାମାଜିକ ଦାୟିତ୍ୱ ତାଙ୍କୁ ପ୍ରଭାବିତ କରିଥିବା ଶ୍ରୀ ପ୍ରଧାନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ