ରଙ୍ଗୋଲିରେ ଦେଶ ପ୍ରେମର ଝଲକ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଦେଶ ପାଇଁ ବଳିଦାନ ଦେଇଥିବା ଅମର ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଦେଶ ପାଳୁଛି ମୋ ମାଟି, ମୋ ଦେଶ କାର୍ଯ୍ୟକ୍ରମ । ଏହି କ୍ରମରେ ଓଡ଼ିଶାରେ ରାଷ୍ଟ୍ରୀୟ ଲଳିତ କଳା ଏକଡ଼େମୀର ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ଓଡ଼ିଶାର ବଳିଦାନ ଦେଇଥିବା ବୀର ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଧଉଳି ଚାରୁକଳା ମହାବିଦ୍ୟାଳୟ ପରିସରରେ ଏକ ରଙ୍ଗୋଲି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧା, ଭକ୍ତି ଓ ସମ୍ମାନର ସହ ଅମର ବୀର ଯବାନଙ୍କୁ ରଙ୍ଗୋଲିରେ ଛାତ୍ର ଛାତ୍ରୀମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବିଭିନ୍ନ ରଙ୍ଗବେରଙ୍ଗ ମୁରୁଜକୁ ବ୍ୟବହାର କରି ସୁନ୍ଦର ଓ ଆକର୍ଷଣୀୟ ହୃଦୟସ୍ପର୍ଶୀ ରଙ୍ଗୋଲି ଛାତ୍ର ଛାତ୍ରୀମାନେ ତିଆରି କରିଥିଲେ । ରାଷ୍ଟ୍ରୀୟ ଲଳିତ କଳା ଏକାଡ଼େମୀର ସମ୍ପାଦକ ରାମକୃଷ୍ଣ ବେଦଲା କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରସ୍ତୁତ ହୋଇଥିବା ରଙ୍ଗୋଲି ଗୁଡ଼ିକୁ ଖୁବ୍ ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଚନ୍ଦନ କୁମାର ସାମଲ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ