ରପ୍ତାନୀ ଓ ରିପ୍ଲେସମେଂଟ ବିକ୍ରି ଜେକେ ଟାୟାର ର ଗତି ବଜାୟ ରଖିଲା

ଭାତୀୟ ଟୟାର ଶିଳ୍ପର ପ୍ରମୁଖ କମ୍ପାନୀ ଜେକେ ଟାୟାର ଏଣ୍ଡ ଇଣ୍ଡଷ୍ଟ୍ରୀଜ ଲିମିଟେଡ (ଜେକେଟିଆଇଏଲ) ପକ୍ଷରୁ ଚଳିତ ଆର୍ଥୀକ ବର୍ଷର ତୃତୀୟ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି । ଏଥିରେ କମ୍ପାନୀର କାରବାର ୨୨୦୭ କୋଟି ଥିବା ବେଳେ ପରିଚାଳନାଗତ ଲାଭ ୨୫୧କୋଟି ଦର୍ଶା ଯାଇଛି । ଖାଲି ଜେକେ ଟାୟାର ର କାରବାର ୧୫୬୮ କୋଟି ହୋଇଥିବା ବେଳେ ପରିଚାଳନାଗତ ଲାଭ୧୭୦ କୋଟି ରେକର୍ଡ କରାଯାଇଛି । ସମୁଳ ଭାବରେ କମ୍ପାନୀ ର ଟିକସ ପୂର୍ବ ଲାଭ (ପିବିଟି) ୨୩ କୋଟି ରେକର୍ଡ କରାଯାଇଛି ।
ଏହି ଫଳାଫଳ ଉପରେ ମନ୍ତବ୍ୟ ଦେଇ ଜେକେ ଟାୟାର ଏଣ୍ଡ ଇଣ୍ଡଷ୍ଟ୍ରୀଜ ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଡଃ ରଘୁପତି ସିଂଘାଣିଆ କହିଛନ୍ତି । ଅଟୋମୋଟିଭ ଉଦ୍ୟୋଗ ପାଇଁ ଏହା ଏକ କଷ୍ଟକର ତ୍ରୈମାସିକ ଥିଲା ଯାତ୍ରୀବାହୀ ଓ କମର୍ସିଆଲ ବାହାନ ର ଉତ୍ପାଦନରେ ଅସ୍ଥିରତା ଦେଖାଦେଇଥିଲା । ଜେକେ ଟାୟାର ଏହି ପରିସ୍ଥିତିକୁ ସାମ୍ନା କରିବା ପାଇଁ ରିପ୍ଲେସମେଂଟ ବିକ୍ରି ଉପରେ ଅଧିକ ଗୁରୁତ୍ୱ ଦେଇଥିବାରୁ ପୂର୍ବ ତ୍ରୈମାସିକ ଠାରୁ ଏକକ ଭାବରେ ୧୩% ବିକ୍ରି ରେକର୍ଡ କରିଥିଲା । ଗତ ୯ମାସ ମଧ୍ୟରେ ରପ୍ତାନୀରେ ୪୦% ବୃଦ୍ଧି ଘଟିଛି । ଏହି ଦୁଇ ରଣନୀତି ପାଇଁ କମ୍ପାନୀ ଆଗକୁ ବଢିପାରିଛି ।
କମ୍ପାନୀ ର ସହାୟକ କମ୍ପାନୀ ଯଥା ଜେକେ ଟର୍ଣ୍ଣେଲ, ମେକ୍ସିକୋ ଓ କ୍ୟାଭେଣ୍ଡିସ ଇଣ୍ଡଷ୍ଟ୍ରୀଜ ଭଲ ପ୍ରଦର୍ଶନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ