ଦାଦନ ରୋକିବା ପାଇଁ ଭିନ୍ନ ଏକ ପ୍ରୟାସ
କଳାହାଣ୍ଡି – କଳାହାଣ୍ଡି ଜିଲ୍ଲା ରେ ଦିନକୁ ଦିନ ଦାଦନ ସମସ୍ୟା ବୃଦ୍ଧି ପାଉଥିବାବେଳେ ଏହାର ସମାଧାନ ପାଇଁ ସଠିକ ଭାବେ ଚେଷ୍ଟା କରାଯାଉନାହିଁ । ଫଳରେ ଦିନକୁ ଦିନ ଦାଦନ ସମସ୍ୟା ଉତ୍କଟ ରୂପ ନେଲାଣି । ଏଭଳି ସମସ୍ୟା ରୁ ମୁକୁଳିବା ପାଇଁ ଲାଞ୍ଜିଗଡ ବ୍ଲକ ଗୋପୀନାଥ ପୁର ଗାଁ ର ପତ୍ରବୁଢା ସାଂସ୍କୃତିକ ଘୁମୁରା ଦଳ ଲୋକ କଳା ମାଧ୍ୟମରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଇବା ସହ ଦାଦନ ସମସ୍ୟା ସମ୍ପର୍କରେ ଗୀତ ମାଧ୍ୟମରେ ଲୋକଙ୍କୁ ବୁଝାଉଛନ୍ତି ।


