ରାଇରଙ୍ଗପୁର ଅବକାରୀ ଯନ୍ତାରେ ନକଲି ମଦ ମାଫିଆ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ଜନବିସ୍ଫୋରଣ ଭାରତ ବର୍ଷରେ ସବୁଠାରୁ ଲାଭଜନକ ବ୍ୟବସାୟ ଦେଖାଦେଇଛି ମଦ ବ୍ୟବସାୟ । ସରକାର ଓ ରାଜନୈତିକ ଦଳର ପ୍ରମୁଖ ଅସ୍ତ୍ର ସାଜିଛି ମଦ । ଏଥିପାଇଁ ଖୁବ୍ କମ୍ ସମୟରେ ଆର୍ଥିକ ଲାଭବାନ ହେବାକୁ ଚାହୁଁଛନ୍ତି ମଦ ବ୍ୟବସାୟୀ ମାନେ । ଲକ୍ ଡାଉନ୍ ରେ ସବୁ ଲକ୍ ହୋଇଯିବ ହେଲେ ମଦ ବ୍ୟବସାୟ ଖୁବ ଉତ୍ସାହଜନକ ଚାଲିବ । ଏହାର ଫାଇଦା ନେଉଛନ୍ତି ନକଲି ମଦ ମାଫିଆ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାଇରଙ୍ଗପୁର ଅବକାରୀ ବିଭାଗ ସନ୍ନିକଟ ମାତ୍ର ୩କିମି ଦୂର ରାଇରଙ୍ଗପୁର-ଟାଟା ରାସ୍ତା ପାର୍ଶ୍ବ କଡ଼ ପୁରୁଣା ପାଣିରେ ।ଆଜି ଜିଲ୍ଲା ସୁପରିଣ୍ଟେଡେଣ୍ଟ ଅଶୋକ ସିଟଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଅବକାରୀ ବିଭାଗ ଓଆଇସି ହରିହର ସିଂ ନେତୃତ୍ୱରେ ପୁରୁଣାପାଣି ଗାଁର ଅର୍ଜୁନ ବାରିକଙ୍କ ଘରେ ଚଢ଼ାଉ କରାଯାଇ ୧୦ ଲି ନକଲି ମଦ ସାମଗ୍ରୀ, ଖାଲି ବୋତଲ ଠିପି,ଲେବଲ,୧୫ଲିଟର ସ୍ପିରିଟ ଇତ୍ୟାଦି । ତାଙ୍କ ନାମରେ ମାମଲା କେଶ ନଂ ୮/୨୧ ରୁଜୁ କରାଯାଇ ଗିରଫ କରାଯାଇଛି ।ଏହି ଚଢ଼ାଉରେ ସୁମନ୍ତ ମହାନ୍ତ,ଶଚିପତି ମହାନ୍ତ,ତ୍ରିବେଣୀ ମହାନ୍ତ,ପୁଲକ ମୁଖାର୍ଜୀ,ବିଜୟ ମହାନ୍ତ ପ୍ରମୁଖ ସାମିଲ ଥିଲେ ।