ଗଜପତିରେ ପୁଣି ଆଜି ୧୬ ପଜିଟିଭ୍ ଚିହ୍ନଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ପୁଣି କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଜି ଗୋଟିଏ ଦିନରେ ୧୬ଜଣ ପୋଜିଟିଭ୍ ଚିହ୍ନଟ ହୋଇଛନ୍ତି । ପାରଳାଖେମୁଣ୍ଡି ସହରରେ ୧୨ଜଣ, ଗୋଷାଣୀ ବ୍ଲକରେ ୩ଜଣ ଏବଂ ଆନ୍ଧ୍ରରୁ ଏଠାକୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ମିଶାଇ ମୋଟ ୧୬ଜଣ ଆଜି ସଂକ୍ରମଣ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଚନ୍ତି । ଏହି ସମସ୍ତ ସଂକ୍ରମିତ ନିଜ ନିଜର ଘରୋ ସଂଘରୋଧ ଭାବେ ରହି ଚିକିତ୍ସିତ ହେଉଛନ୍ତି । କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପ୍ରତ୍ୟେକ ବ୍ୟକ୍ତି ସେପରି ଜରୁରୀ ଆବଶ୍ୟକତା ନଥିଲେ ଘରୁ ବାହାରନ୍ତୁ ନାହିଁ ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ଜିଲ୍ଲାବାସୀଙ୍କୁ ନିବେଦନ କରିବା ସହ ମାସ୍କ ପରିଧାନ ବାଧ୍ୟତାମୂଳକ, ସାମାଜିକ ଦୂରତା ରକ୍ଷା କରିବା ଜରୁରୀ ଏବଂ ବାରମ୍ବାର ହାତଧୋଇବା ଆଦି ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ।


