ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ସର୍ଟସାର୍କିଟ : ଭୟଭୀତ ହୋଇ ବାହାରକୁ ଆସିଲେ ଅନ୍ତେବାସୀ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ମାତୃମଙ୍ଗଳ ନୂତନ ଗୃହ କାର୍ଯ୍ୟାଳୟରେ ନୂତନ ଭାବେ ୧୦କିଲୋଓ୍ବାଟ ସୌର ପାଓ୍ବାର ପ୍ଲାଣ୍ଟ ସହିତ ଡିଜି ଏବଂ ଇଲେକ୍ଟ୍ରିକ ପଏଣ୍ଟ ସହ ଆଜି ସଂଯୋଗ କରାଯାଉଥିବାବେଳେ ତାର ଗୁଡିକ ପୋଡି ଯାଇ ତିନିତାଲା ବିଲଡିଂଟି ଧୂଆଁମୟ ହୋଇ ଯାଇଥିଲା ।ଧୂଆଁମୟ ହେବା ଯୋଗୁଁଭୟରେ ଅନ୍ତେବାସୀ ବାହାରକୁ ଭୟରେ କୁନି କୁନି ଛୁଆଙ୍କୁ ଧରି ବାହାରକୁ ପଳାଇ ଆସିଥିଲେ ।ପରେ ବିଦ୍ୟୁତ କର୍ମଚାରୀ ଏବଂହସ୍ପିଟାଲ କର୍ମଚାରୀ ଏହାକୁ ଆୟତ୍ତ କରି ସଜାଡିଥିଲେ ।ପରେ ଅନ୍ତେବସୀ ନିଜ ବେଡକୁ ଯାଇଥଲେ ।