ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଦ୍ବାରା ଗୋରୁ ବୋଝେଇ ପିକ୍ ଅପ୍ ଭେନ ଜବତ,ଡ୍ରାଇଭର ଗିରଫ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ଚୋରା ଗୋଚାଲାଣକାରୀ ଉପରେ ଯେତେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ମଧ୍ୟ ଗୋମାଫିଆଙ୍କର ପରବାୟ ନାହିଁ । ଦିନକୁ ଦିନ ହାଟବାଦଡା ଆଖପାଖ ଅଞ୍ଚଳରେ ଚୋରା ଗୋଚାଲାଣକାରୀଙ୍କ ଦୌରାତ୍ମ୍ ବଢ଼ି ଚାଲିଛି ।ଗୋମାଫିଆମାନେ ଚାଷୀଙ୍କ ଗୁହାଳ ଘରୁ , ଲୋକଙ୍କ ଅନୁପସ୍ଥିତିରେ ରାସ୍ତା ରୁ ଉଠାଇ ନେଉଛନ୍ତି !ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଶନିବାର ହାଟବାଦଡା-କାଦୁଆଣୀ ରାସ୍ତାରେସନ୍ଦେହ ଜନକ ଅବସ୍ଥାରେ ଦୃତ ଗତିରେ ପଳାଉଥିବା ସମୟରେଏକ ପିକ୍ ଅପ୍ ଭେନ (ଓଡ଼ି ୧୧ଏ ୮୭୪୫)କୁ ଅଟକ ରଖିଥିଲେ । ସେହି ଗାଡ଼ିରେ ୭ଟି ଗୋରୁକୁ ଉଦ୍ଧାର କରିବା ସହଗାଡିଚକ ମୂଷାବଣୀ ଗ୍ରାମର ସେକ୍ ଗୁଲମହମ୍ମଦକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲେ ।ଏକ ମାମଲା ୭୫/୨୦ ରୁଜୁ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ