୯ ରୁ ବିପିୟୁଟି ଅନଲାଇନ୍ ପରୀକ୍ଷା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱ ବିଦ୍ୟାଳୟ (ବିପିୟୁଟି) ଭିନ୍ନ ପାଠ୍ୟକ୍ରମର ଅନଲାଇନ ପରୀକ୍ଷା ଜୁଲାଇ ୯ ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ଯାଏ ପ୍ରଥମ ସିଟିଂ ଓ ଅପରାହ୍ନ ୨ ଟାରୁ ୪ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ । ପରୀକ୍ଷାର୍ଥୀଙ୍କୁ ଦୁଇଟି ଚଏସ ଦିଆଯାଇଛି । ବି-ପ୍ଲାନ ଓ ବି-ଆର୍କିଟେଷ୍ଟ ପାଇଁ ଜୁଲାଇ ୫ ସୁଦ୍ଧା ଆବେଦନ ତାରିଖ ରହିଥିବା ବେଳେ ୯ ରୁ ୧୧ ତାରିଖ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ବି-ଫାର୍ମା ପାଇଁ ଜୁଲାଇ ସୁଦ୍ଧା ଅନଲାଇନ ପରୀକ୍ଷା ପାଇଁ ଆବେଦନ କରିବାକୁ ପଡ଼ିବ । ୧୩ ରୁ ୧୭ ତାରିଖ ଯାଏ ପରୀକ୍ଷା ଅନୁଷ୍ଠିତ ହେବ । ଏମବିଏ ରେଗୁଲାର ପରୀକ୍ଷା ପାଇଁ ୧୧ ତାରିଖ ସୁଦ୍ଧା ଫର୍ମ ପୂରଣ ହେବ । ୧୭ ରୁ ୨୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ । ଏମ-ଟେକ ପାଇଁ ୧୩ ତାରିଖ ସୁଦ୍ଧା ଫର୍ମ ପୂରଣ ଓ ଜୁଲାଇ ୨୦ ରୁ ୨୭ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ଏମଏସସି ଇଣ୍ଟିଗ୍ରେଟେଡ ଏବଂ ଏମବିଏ (ପିଟି) ପାଇଁ ୧୭ ତାରିଖ ସୁଦ୍ଧା ଫର୍ମପୂରଣ ଓ ଜୁଳାଇ ୨୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ ବୋଲି ବିପିୟୁଟି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଇଁ ମକ୍ ଟେଷ୍ଟ କରାଯିବ । ଏଥିସହ ପରୀକ୍ଷା ଗୁଡ଼ିକ କିଭଳି କରାଯିବ ସେ ନେଇ ଏକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗାଇଡଲାଇନ ଜାରି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ