ରାଇରଙ୍ଗପୁର ବ୍ଲକର ନିୟମିତ ହେଲେ ୧୦ଜଣ କନିଷ୍ଠ ଶିକ୍ଷକ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକଙ୍କ ନିର୍ଦେଶାନୁଯାୟୀ ରାଇରଙ୍ଗପୁର ବ୍ଲକର ୧୦ଜଣ କନିଷ୍ଠ ଶିକ୍ଷକ ନିୟମିତ ହୋଇଛନ୍ତି I ରାଇରଙ୍ଗପୁର ଗୋଷ୍ଟୀ ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ ନିୟମିତ ହୋଇଥିବା ଶିକ୍ଷକଓ ଶିକ୍ଷୟତ୍ରୀମାନଙ୍କୁ ନିଯୁକ୍ତି ପତ୍ର ସହ ପୁଷ୍ପ ଗୁଚ୍ଛ ପ୍ରଦାନ କରିବା ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେI ଏଥିରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତିକ କାରୁଆ, ଏ.ବି.ଇ.ଓ ନମିତା ସେଠୀ,ବି.ଆର.ସି.ସି ରମାକାନ୍ତ ସେଠୀ ପ୍ରମୁଖ ଉପସ୍ଥିତରହି ସ୍ୱାଗତ କରିଥିଲେ Iଏଥିରେ ଶିକ୍ଷକ ମୃତ୍ୟୁଞ୍ଜୟ ମହାନ୍ତ, ଆର ଜ୍ୟୋତି ମଣ୍ଡଳ,ପ୍ରବୀଣ ମହାନ୍ତ, ଧିରେନ ମହାନ୍ତ, ସୁନୀଲ ବେହେରା, ଅନୁପ କୁମାର ଗୁପ୍ତା, ଶିକ୍ଷୟତ୍ରୀ ଦୀପାଞ୍ଜଳି ଗିରି, ଭାନୁମତି ମହାନ୍ତ,ଦୀପ୍ତି ମୟୀ ଗିରି,ସରସ୍ବତୀ ହାଁସଦା, ପ୍ରମୁଖ ନିୟମିତ ହୋଇଛନ୍ତି I


