ରାଜା ନହୁଷ ଓ ସର୍ପ ଜନ୍ମ
ଯେଉଁ ବ୍ୟକ୍ତି କାହାରିଠାରେ ଶତ୍ରୁତା ମନୋଭାବ ପୋଷଣ କରେ ନାହିଁ, ସେ ହିଁ ପ୍ରକୃତ ଭକ୍ତ । ଧର୍ମରାଜ ଯୁଧିଷ୍ଠିର ଥିଲେ ଏହାର ପ୍ରକୃତ ଉଦାହରଣ । ଏଥିପାଇଁ ତ ଯୁଧିଷ୍ଠିରଙ୍କୁ ଅଜାତ ଶତ୍ରୁ ବୋଲି କୁହାଯାଉଥିଲା । ତାଙ୍କ ସହିତ କେହି ଶତ୍ରୁତା ପ୍ରଦର୍ଶନ କଲେ ମଧ୍ୟ ସେ ତା’ ପ୍ରତି ପ୍ରେମଭାବ ଦେଖାଇଥାଆନ୍ତି । ତାଙ୍କର କେହି ଅହିତ କଲେ ମଧ୍ୟ ତାର ହିତ ସାଧନ କରିବାକୁ ଧର୍ମରାଜ ଭୁଲନ୍ତି ନାହିଁ । ଯେଉଁ ଦେଶରେ ମହାରାଜ ଯୁଧିଷ୍ଠିର ବାସ କରନ୍ତି, ସେଠାରେ ମହାମାରୀ ଆସେ ନାହିଁ, ଦୁର୍ଭିକ୍ଷ ପଡେ ନାହିଁ । ସମସ୍ତେ ସତ୍ୟବାଦୀ ହୁଅନ୍ତୁ । ଅଜାତଶତ୍ରୁ ଯୁଧିଷ୍ଠିରଙ୍କ କେହି ବି ଶତ୍ରୁ ନଥିଲେ । ଏପରିକି ଦୁର୍ଯ୍ୟୋଧନ ପ୍ରତି ମଧ୍ୟ ତାଙ୍କ ମନରେ ବୈର ଭାବ ନଥିଲା । ଶତ୍ରୁ ମନୋଭାବ ନ ରହିଲେ ସହନଶକ୍ତି ବୃଦ୍ଧି ପାଇଥାଏ । ମହର୍ଷି ଅଗସ୍ତ୍ୟ ରାଜା ନହୁଷଙ୍କୁ ଅଭିଶାପ ଦେଇଥିଲେ ଯେ ସେ ତତ୍କ୍ଷଣାତ ସର୍ପ ହୋଇଯିବେ । ତାହା ବି ଫଳିଲା । ରାଜା ମହର୍ଷିଙ୍କ ପାଦ ତଳେ ଲୋଟି କ୍ଷମା ଯାଚନା କରିଲେ ଏବଂ ଦୟା ଭିକ୍ଷା କଲେ । ମହର୍ଷି ଅଗସ୍ତ୍ୟ କହିଲେ, “ତୁମ ବଂଶରେ ରାଜା ଯୁଧିଷ୍ଠିର ହେବେ । ତାଙ୍କ ଦର୍ଶନ କରିବା ପରେ ତୁମେ ସର୍ପ ଜନ୍ମରୁ ମୁକ୍ତ ହେବ । ଯୁଧିଷ୍ଠିରଙ୍କ ଦର୍ଶନ ହେବା ପରେ ରାଜା ନହୁଷ ପୁନର୍ବାର ମନୁଷ୍ୟ ଜନ୍ମ ଲାଭ କରିଥିଲେ ।


