ରାଜା ସାହେବ ରାମଚନ୍ଦ୍ର ମର୍ଦ୍ଧରାଜ ଦେଓଙ୍କ ୧୨୦ ତମ ଜନ୍ମ ଜୟନ୍ତି ପାଳିତ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ହିଂଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ସୋମବାର ମହାବିଦ୍ୟାଳୟପରିସରରେ ଅବସ୍ଥିିତ ରାମଚନ୍ଦ୍ର ମର୍ଦ୍ଧରାଜ ଦେଓ ଶତାବ୍ଦୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅଜିତ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ର ନିର୍ଦ୍ଦେଶକ ହୃଷିକେଶ ପାଣିଗ୍ରାହୀ ଯୋଗଦେଇ ରାଜା ସାହେବ ରାମଚନ୍ଦ୍ର ମର୍ଦ୍ଧରାଜ ଦେଓଙ୍କ ତୈଳ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶୁଭ ଉଦଘାଟନ କରିବା ସହ ରାଜା ସାହେବଙ୍କ କଳା, ସଂସ୍କୃତି ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହ ଉତ୍କଳ ପ୍ରଦେଶ ଗଠନର ଏନ୍ତୁଡ଼ିଶାଳ ରମ୍ଭା ଗ୍ରାମ ରହିଥିଲା ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ରାମଚନ୍ଦ୍ର ମର୍ଦ୍ଧରାଜ ବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ବସନ୍ତ କୁମାର ସାମନ୍ତ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ରାଜା ସାହେବ ରାମଚନ୍ଦ୍ର ମର୍ଦ୍ଧରାଜ ଦେଓଙ୍କ ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ସଂଯୋଜକ ଡ଼ଃ. ସୁଶିଲ କୁମାର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହ ସଂଯୋଜକ ପ୍ରବୀର କୁମାର ନନ୍ଦ ଧନ୍ୟବାନ ଅର୍ପଣ କରିଥିଲେ । ଅଧ୍ୟାପିକା ଡ଼ଃ. ବବିତା ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ବୃନ୍ଦ ଓ ବହୁ ଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ