ରାଜା ସାହେବ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଜୟନ୍ତୀ ପାଳିତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଖଲ୍ଲିକୋଟ ମହାରାଜା ତଥା ଓଡିଶା ଏକତ୍ରୀ କରଣର ମହାନାୟକ ରାଜା ସାହେବ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୦ ତମ ଜୟନ୍ତୀ ଛତ୍ରପୁର ସ୍ଥିତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ରାଜା ସାହେବଙ୍କ ତୈଳ ଫୋଟ ଚିତ୍ରରେ ଅତିଥିଗଣ ପୁଷ୍ପାମଲ୍ୟ ଅର୍ପଣ କରିଥିଲେ । ପରେ ଲୋକ ସଂପର୍କ ଅଧିକାରୀ ବିରଞ୍ଚି ନାରାୟଣ ପ୍ରଧାନ ଉତ୍କଳର ବରପୁତ୍ର ରାଜା ସାହେବ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ସ୍ମୃତି ଚାରଣ କରି ଖଲ୍ଲିକୋଟ ରାଜବଂଶର ଅବଦାନ ଦାକ୍ଷିଣାତ୍ୟ ଓଡିଶାର ପ୍ରତ୍ୟେକ ବିକାଶ କ୍ଷେତ୍ରରେ ପ୍ରତୀୟମାନ । ଉଚ୍ଚଶିକ୍ଷା ବିକାଶ କ୍ଷେତ୍ରରେ ଖଲ୍ଲିକୋଟ ମହାବିଦ୍ୟାଳୟ ଭୂମିକାକୁ ସେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ବିଧାୟକ ଅଶୋକ କୁମାର ଚୌଧୂରୀ ଯୋଗଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ମହାରାଜାଙ୍କ ଭୂମିକାକୁ ଦୂରଦଷ୍ଟ୍ରା ରାଷ୍ଟ୍ରନୀତିଜ୍ଞ ବୋଲି ଅଭିହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଏନ୍.ନାରାୟଣ ରେଡ୍ଡୀ, ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ଅବସରପ୍ରାପ୍ତ ସ୍କୁଲ ନୀରିକ୍ଷକ ଲକ୍ଷ୍ମଣ ପଣ୍ଡା, ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସୁବର୍ଣ୍ଣବାଳା ବିଷୋୟୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମହାରାଜାଙ୍କ ଅବଦାନକୁ ଗଞ୍ଜାମ ଜିଲ୍ଲା ଚିରକାଳ ମନେରଖିବ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ବକୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।