ରାଜ୍ୟସ୍ତରୀୟ ଯାଦବ ମହାସଭା ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆସନ୍ତା ୨୬ତାରିଖରେ କେନ୍ଦ୍ରାପଡା ସହରର ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରେ ରାଜ୍ୟ ସ୍ତରୀୟ ଯାଦବ ମହାସଭା ଅନୁଷ୍ଠିତ ହେବ । ଏଥିନିମନ୍ତେ ବୁଧବାର ପୂର୍ବାହ୍ନରେ ଗରାପୁରସ୍ଥିତ ଜିଲ୍ଲା ଯାଦବ ମହାସଭା କାର୍ଯ୍ୟଳୟରେ ଜିଲ୍ଲା ସଭାପତି ପ୍ରଭାକର ପଲାଇଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ସମାବେଶକୁ ସଫଳ କରିବା ପାଇଁ ଆବଶ୍ୟକ ସମସ୍ତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ଏଥିସହିତ ସଭାପତି ଶ୍ରୀ ପଲାଇ ରଥଦାଣ୍ଡକୁ ଯାଇ ସେଠାରେ ଚାଲିଥିବା ସଭାମଣ୍ଡପର କାର୍ଯ୍ୟକୁ ମଧ୍ୟ ସମୀକ୍ଷା କରିଥିଲେ । ଆସନ୍ତା ରାଜ୍ୟ ସ୍ତରୀୟ ଯାଦବ ମହାସଭାରେ ଭାରତୀୟ ଯାଦବ ମହାସଭାର ସଭାପତି ଡଃ. ସ୍ୱପନ କୁମାର ଘୋଷ, ଜାତୀୟ ଉପସଭାପତି ତଥା ଝାଡଖଣ୍ଡ ପ୍ରାନ୍ତୀୟ ଯାଦବ ମହାସଭାର ସଭାପତି ପିତାମ୍ବର ଦାସ, ଜାତୀୟ ଉପସଭାପତି ମଞ୍ଜୁ ୟାଦୁ, ସର୍ବ ଭାରତୀୟ ଯାଦବ ମହାସଭା ଅହିର ରେଜିମେଣ୍ଟସେଲର ବ୍ରିଗେଡିଅର ପ୍ରଦୀପ ଯାଦୁ, ଜାତୀୟ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ଦାସ, ଉତ୍କଳ ଯାଦବ ମହାସଭାର ସଭାପତି ଆଶ୍ରିର୍ବାଦ ବେହେରା, କାର୍ଯ୍ୟକାରୀ ସଭାପତି ସୁବାଷ ବେହେରା, ସାଧାରଣ ସମ୍ପାଦକ ପ୍ରଦୀପ ବେହେରା, ମହିଳା ସଭାନେତ୍ରୀ ଗିତାରାଣୀ ଦାସ, ଜାତୀୟ ଯୁବ ଯାଦବ ସଭାପତିପ୍ରଦୀପ ବେହେରା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରସ୍ତୁତି ବୈଠକରେ ମୁଖ୍ୟ ଉପଦେଷ୍ଟା ଚୈାଧୁରୀ ରମାକାନ୍ତ ଦାସ,ପ୍ରଫେସର ରଞ୍ଜିତ ଦାସ, କାର୍ଯ୍ୟକାରୀ ସଭାପତି ଧିରେନ୍ଦ୍ର ପୃଷ୍ଟି, ମନୋଜ ପରିଡା, ବିଜୟ ପରିଡାଙ୍କ ସମେତ ସମସ୍ତ ୯ଟି ବ୍ଲକ ଓ ୨ଟି ପୈାରାଞ୍ଚଳର ସଭାପତି,ସମ୍ପାଦକ ଓ କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ