ରାଜ୍ୟ ନିର୍ଦ୍ଦେଶକ ଫୁଲ ଚାଷ କ୍ଷେତ ସହ ଛତ୍ରପୁର ବ୍ଲକର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ

ଛତ୍ରପୁର, (ଦେବଦତ୍ତ ମହାରଣା):ପଞ୍ଚାୟତରାଜ ବିଭାଗର ରାଜ୍ୟ (ସତନ୍ତ୍ର ପ୍ରକଲ୍ପ) ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଗଂଜାମ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି । ମଙ୍ଗଳବାର ତଥା ଦ୍ୱିତୀୟ ଦିନରେ ଛତ୍ରପୁର ବ୍ଲକର ଭିକାରୀପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମ ଠାରେ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅର୍କିଟ ଓ ଜାର୍ବେରା ଫୁଲ ଚାଷ କ୍ଷେତ କୁ ପରିଦର୍ଶନ କରିବା ସହ ମହିଳା ମାନଙ୍କ ସହ ଏସଂପର୍କରେ ଆଲୋଚନା କରିଥିଲେ । ପରେ କାଳିପଲ୍ଲୀ ଗ୍ରାମ ପଞ୍ଚାୟତର ମା ମହାଲକ୍ଷ୍ମୀ ଉତ୍ପାଦକ ଗୋଷ୍ଠୀ ପକ୍ଷରୁ କରାଯାଇଥିବା ସିଲେଇ କେନ୍ଦ୍ର ବୁଲି ଦେଖିଥିଲେ । ଏହାପରେ ଛତ୍ରପୁର ରେଳ ଷ୍ଟେସନ ନିକଟରେ ଥିବା ଡି.ଡି.ୟୁ.ଜି କେ. ୱାଇ ଟ୍ରେନିଂ ସେଣ୍ଟର କୁ ବୁଲି ଦେଖିବା ସହିତ ସେଠାରେ ତାଲିମ ନେଉଥିବା ଯୁବତୀ ମାନଙ୍କ ସହ ଆଲୋଚନା କରିଥିଲେ ନିର୍ଦ୍ଦେଶକ ଶ୍ରୀ ଡାକୁଆ । ଏହି ପରିଦର୍ଶନ ବେଳେ ତାଙ୍କ ସହ ଡିଆରଡିଏ ପିଡି ସିନ୍ଦେ ଦତ୍ତାତ୍ରୟ ଭାଉସାହେବ, ଏପିଡି ଜ୍ୟୋତି ଶଙ୍କର ରାୟ, ଓଡିଶା ଜିବିକା ମିଶନର ଜିଲ୍ଲା ସଂଯୋଜକ ନବୀନ ଚନ୍ଦ୍ର ସେନାପତି, ଓରମାସର ଡେପୁଟି ସିଇଓ ଡଃ.ଜ୍ୟୋତି ପ୍ରକାଶ ମହାନ୍ତି, ଛତ୍ରପୁର ବିଡିଓ ଶାରଦା ପ୍ରସନ୍ନ ପଣ୍ଡା, ଓଡିଶା ଜିବିକା ମିଶନର ଛତ୍ରପୁର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନାଙ୍କ ବହୁ ବିଭାଗୀୟ ଅଧିକାରୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ