ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଜିଲ୍ଲା ଗସ୍ତରେ ସଦସ୍ୟତା ସମୀକ୍ଷା ବୈଠକ ଓ ମିଶ୍ରଣ ପର୍ବ
ବାଲେଶ୍ୱର, (ସରୋଜ ପଣ୍ଡା):ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଦିନିକିଆ ବାଲେଶ୍ଵର ଗସ୍ତରେ ଦିବା ୧୧ଟା ସମୟରେ ବାଲେଶ୍ଵର ସିଦ୍ଧି କଲ୍ୟାଣ ମଣ୍ଡପରେ ବିଜେପିର ସଦସ୍ୟତା ଅଭିଯାନର ଅଦ୍ୟାବଧି କାର୍ଯ୍ୟକ୍ରମର ସମୀକ୍ଷା କରିବା ସହିତ ରେମୁଣା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦାନ କରିଥିଲେ।ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ ପଣ୍ଡା ମଞ୍ଚ ଆହ୍ବାନ କରିଥିବା ବେଳେ ଜିଲ୍ଲାର ଅନ୍ୟତମ ସାଧାରଣ ସମ୍ପାଦକ ଇଶ୍ଵର ଚନ୍ଦ୍ର ବେହେରା ପରିଚାଳନା କରିଥିଲେ। ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ପ୍ରାଥମିକ ସୂଚନା ପରେ ମଞ୍ଚାସିନ ରେମୁଣା ବିଧାୟକ ତଥା ବିଧାନସଭାରେ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ବସ୍ତା ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ଅଣ୍ଡିଆ, ଭୋଗରାଇ ବିଧାୟକ ପ୍ରାର୍ଥୀ ଆଶିଷ ପାତ୍ର ଏବଂ ଜିଲ୍ଲା ସଦସ୍ୟତା ପ୍ରମୁଖ କମଳଲୋଚନ ଦାସ ସମୀକ୍ଷା ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସର୍ବଶେଷରେ ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କ ସମାରୋପ ଭାଷଣରେ ସଦସ୍ୟତା ଅଭିଯାନକୁ ଗତିଶୀଳ କରିବା ପାଇଁ ଗୁରୁମନ୍ତ୍ର ଦେଇଥିଲେ। ତତ୍ସହିତ ଆଗାମୀ ଯୋଜନା ସମ୍ବନ୍ଧରେ ସୂଚନା ଦେଇଥିଲେ। ଏହା ପରେ ରେମୁଣାର ଜନପ୍ରିୟ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଗୁଡୁଦା ପଞ୍ଚାୟତ ବିଜେଡ଼ି ସଭାପତି ଦୀନବନ୍ଧୁ ଦାସ, ଗୁଡୁଦା ସରପଞ୍ଚ ଜାନକୀ ଦାସ, ଗୁଡୁଦା ସମିତି ସଭ୍ୟା ଷୁସମା ପ୍ରଧାନ, ଓ୍ବାର୍ଡ ସଭ୍ଯା ଶକୁନ୍ତଳା ମାହାନ୍ନା, ଓ୍ବାର୍ଡ ମେମ୍ବର ନିତ୍ୟାନନ୍ଦ ସେଠୀ, ଓ୍ବାର୍ଡ ମେମ୍ବର ମଞ୍ଜୁଲତା ମହାଳିକ, ଓ୍ବାର୍ଡ ମେମ୍ବର ଗଜେନ୍ଦ୍ର ବିଶ୍ବାଳ, ଓ୍ବାର୍ଡ ମେମ୍ବର ବବିତା ରଥ, ନାଏବ ସରପଞ୍ଚ ଅମରେଶ ଉପାଧ୍ୟାୟ, ବିଜେଡ଼ିର ସକ୍ରୀୟ ସଦସ୍ୟ ରବିନ୍ଦ୍ର ସ୍ବାଇଁ, ଶ୍ରୀନାଥ ମାହାନ୍ନା ଓ ରବୀନ୍ଦ୍ର ଦାସ ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥଲେ। ନବାଗତାଙ୍କୁ ରାଜ୍ୟ ସଭାପତି ଶ୍ରୀଯୁକ୍ତ ସାମଲ, ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହାପାତ୍ର ଓ ରେମୁଣା ବିଧାୟକ ଶ୍ରୀଯୁକ୍ତ ଦାସ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଦଳୀୟ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। ଏହାପରେ ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସଭାପତି ମନମୋହନ ସାମଲ ନିଳଗିରି ଗସ୍ତ କରିଛନ୍ତି। ଜିଲ୍ଲାର ଅନ୍ୟତମ ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।