ରାଜ୍ୟ ସ୍କାଉଟ ଏବଂ ଗାଇଡ୍ ତରଫରୁ ଯୋଗଦିବସ ପାଳନ

ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂସ୍ଥା ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସରେ ଓଡିଶାର ବିଭିନ୍ନ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରୁ ରୋଭର, ରେଞ୍ଜର, ସ୍କାଉଟ ଏବଂ ଗାଇଡ୍ ମାନଙ୍କୁ ନେଇ ଡିଜିଟାଲ (ଅନ୍ ଲାଇନ୍‌ରେ) ଯୋଗ ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗୀମାନଙ୍କୁ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ. କାଳିପ୍ରସାଦ ମିଶ୍ର ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିବା ପରେ ପରେ ଯୋଗ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ସମ୍ମାନୀତ ଅତିଥିଭାବରେ ପଶ୍ଚିମବଙ୍ଗସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ସାଂଗଠନିକ କମିଶନର ଶ୍ରୀଯୁକ୍ତ ବବୁଲୁ ଗୋସ୍ୱାମୀ ସମସ୍ତଙ୍କୁ ଆଶିର୍ବାଦ ପ୍ରଦାନ କରିବା ସହିତ ଯୋଗଦିବସର ଅଭିନନ୍ଦନ ଜଣାଇଥିଲେ । ଏହାକୁ ପରିଚାଳନା କରିଥିଲେ ରାଜ୍ୟ କାର୍ଯ୍ୟାଳୟର ଅଧିକାରୀ ଶ୍ରୀଯୁକ୍ତ ଅବିନାଶ ଗଡନାୟକ । ଯୋଗର ମୂଲ୍ୟାଙ୍କନ କରିଥିଲେ ପୁରୀର ଯୋଗ ଗୁରୁ ତଥା ଗାଇଡ୍ କ୍ୟାପଟେନ ଶ୍ରୀମତୀ ସସ୍ମିତା ରାଉତରାୟ, ସେ ଗଡବିଙ୍ଗୁରା ଉଚ୍ଚବିଦ୍ୟାଳୟରେ କାର୍ଯ୍ୟରତ । ଶେଷରେ ରାଜ୍ୟ ସାଂଗଠନିକ କମିଶନର ଶ୍ରୀମତୀ ଅନାମିକା ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ