ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଟିର ସଦସ୍ୟ ହେଲେ ବାଲେଶ୍ୱର ସଦର ବିଧାୟକ
ବାଲେଶ୍ୱର : ଗୃହ କମିଟି ବୈଠକରେ ବାଲେଶ୍ୱର ସଦରର ନବ ନିର୍ବାଚିତ ବିଧାୟକ ମଦନ ମୋହନ ଦତ୍ତ ବିଧାନସଭାର ଗୃହ କମିଟି-୫ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ବୈଠକ ଊକ୍ତ ଗୃହ କମିଟିର ଚେୟାରମେନ ବିଧାୟକ ଅଶ୍ୱନୀ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ବୈଠକରେ ଯୋଗ ଦେଇ ମାନ୍ୟବର ବିଧାୟକ ରାଜ୍ୟରେ ଭୁଶୁଡି ଯାଇଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପୁନରୁଦ୍ଧାର ପାଇଁ ଦାବି କରିଥିଲେ । ରାଜ୍ୟର ମୁଖିଆ ନିଜକୁ ୧ନଂ କହୁଥିବା ବେଳେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ୧୯ତମ ସ୍ଥାନରେ ପହଞ୍ôଚଛି ଯାହାକି ଏକ ଲଜ୍ୟାଜନକ ବୋଲି ଏହି କମିଟିର ସମସ୍ତ ସଚିବ ଏବଂ ଅଫିସର ମାନଙ୍କ ସମ୍ମୁଖରେ ଉପସ୍ଥାପନ ରଖିଥିଲେ । ଏହି କମିଟି ଏ ବର୍ଷ ଆର୍ôଥକ ବଜେଟ ଉପରେ ଆଲୋଚନା କରିବ । ଉକ୍ତ କମିଟି ଆସନ୍ତା ୨ ରୁ ୩ ମାସ ମଧ୍ୟରେ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ଚିକିତ୍ସାଳୟକୁ ଯାଇ ଯାଞ୍ଚ କରିବ ତତ୍ ସହିତ ଉନ୍ନତମାନର ଚିକିତ୍ସା, ଉପକରଣ, ସଫେଇ ଏବଂ ଲୋକମାନଙ୍କୁ କିପରି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇ ପାରିବ ତାହା ମଧ୍ୟ ନିରୀକ୍ଷଣ କରିବ । ମାନ୍ୟବର ବିଧାୟକ ଉକ୍ତ ଗୃହ କମିଟି ବୈଠକରେ ବାଲେଶ୍ୱରର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଦାବି ଉପସ୍ଥାପନା କରିଥିଲେ । ବହୁ ବର୍ଷ ପରେ କେନ୍ଦ୍ର ସରକାରଙ୍କ ୬୦% ଓ ରାଜ୍ୟ ସରକାରଙ୍କ ୪୦% ଅର୍ଥ ବିନିଯୋଗରେ ମେଡିକାଲ କଲେଜ ହେବା ପରେ ମଧ୍ୟ ବାଲେଶ୍ୱର ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଧୁରିବା ବଦଳରେ ଅଧିକ ବିପର୍ଯ୍ୟସ୍ତ ହୋଇଯାଇଛି ବୋଲି ସେ କହିଥିଲେ । କିଛି ଡାକ୍ତର ମୁଖ୍ୟ ଚିକିତ୍ସାଳୟକୁ ନିତି ଦିନ ନ ଯାଇ ନିଜ ଘରୋଇ ହସ୍ପିଟାଲ ଓ କ୍ଳିନିକ ଉପରେ ଗୁରୁତ୍ୱ ଦେଉଛନ୍ତି । ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନା ଓ ମହା ପ୍ରୟଣ ବ୍ୟବସ୍ଥା କେବଳ ନାମ ମାତ୍ର ହୋଇ ରହିଯାଇଛି । ମେଡିକାଲ କଲେଜରେ ସୁରକ୍ଷା, ଭିତ୍ତିଭୂମି, କର୍ମଚାରୀ, ନର୍ସିଙ୍ଗ ଷ୍ଟାଫ, ମେଡିକାଲ ଉପକରଣ ଆଦି ଘୋର ଅଭାବ ବୋଲି ସେ ମଧ୍ୟ କହିଥିଲେ । ଆସନ୍ତା ୧ ମାସ ମଧ୍ୟରେ ଖାଲି ପଡିଥିବା ସ୍ଥାନକୁ ତୁରନ୍ତ ପୂରଣ କରିବା ପାଇଁ କହିଥିଲେ । ଉପରୋକ୍ତ ବିଷୟବସ୍ତୁରେ ଆସୁଥିବା ବିଭାଗ ଯଥା ମହିଳା ଶିଶୁ ବାଲ୍ୟ କଲ୍ୟାଣ, ଆଇ.ସି.ୟୁ, ମହିଳା ନାରୀ ସୁରକ୍ଷା ସମିତି ପାଇଁ ହୋଇଥିବା ବଜେଟରେ ପ୍ରସ୍ତାବ ଆସିଛି ସେ ପ୍ରସ୍ତାବକୁ ସଠିକ ଭାବେ ଉଲ୍ଲେଖ କରିବା ପାଇଁ ଆସନ୍ତା ପାଞ୍ଚ ଦିନ ପରେ ପୁଣି ଏକ ବୈଠକ ବସିବ । ଏଥର ବଜେଟରେ ଆଗତ ହୋଇଥିବା ଅର୍ଥ ଠିକ ଭାବେ ବିନିଯୋଗ ହେଉ, ଏକ ଟଙ୍କା ଆଗତ ହୋଇଥିଲେ ଏକ ଟଙ୍କା ଲୋକଙ୍କ ପାଖରେ ପହଞ୍ଚୁ ବୋଲି ବିଧାୟକ ଶ୍ରୀ ଦତ୍ତ ଜୋର ଦେଇଥିଲେ । ଏହି ଗୃହ କମିଟି ବୈଠକ ବିଧାନସଭା ରୁମ ନଂ-୫୪ ଦିବା ୩ ଘଟିକା ସମୟରେ ଆଗତ ହୋଇଥିଲା ।