ରାଷ୍ଟ୍ରପତି ଭବନଠାରୁ ଅଧିକ ସୁରକ୍ଷା ଦିଆଯାଉଥିବା ଭବନ
ସବୁ ଦେଶର ସୁରକ୍ଷିତ ସ୍ଥାନ ବା ଭବନ କହିଲେ ବୁଝାଏ ରାଷ୍ଟ୍ରପତି ଭବନ । ଏଠାରେ ସର୍ବଦା କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ । ହେଲେ ଏହାଠାରୁ ମଧ୍ୟ ଅଧିକ ସୁରକ୍ଷା ପ୍ରଦାନ କରାଯାଏ ଆମେରିକାରେ ଥିବା “ଫୋର୍ଟ ନକ୍ସ’ ବିଲଡିଂକୁ । ସୁରକ୍ଷା ଲାଗି ପ୍ରତିଦିନ ୨୪ ଘଣ୍ଟା ଏହା ଉପରେ ହେଲିକପ୍ଟର ଘୂରି ବୁଲୁଥାଏ । ପ୍ରକୃତରେ ଏହା ହେଉଛି ଆମେରିକା ସେନାର ଏ ପୋଷ୍ଟ । କଣ୍ଟୁକି ରାଜ୍ୟରେ ଅବସ୍ଥିତ ଏହି ଫୋର୍ଟ ୧ ଲକ୍ଷ ୯ହଜାର ଏକର ପରିମିତ ସ୍ଥାନରେ ଅବସ୍ଥାପିତ । ବିଶ୍ୱର ଏହା ସବୁଠାରୁ ସୁରକ୍ଷିତ ବିଲଡିଂ ବୋଲି କୁହାଯାଏ । ଆମେରିକା ସେନା ଦ୍ୱାରା ୧୯୩୨ରେ ଏହାର ନିର୍ମାଣ କରାଯାଇଥିବା କୁହାଯାଏ । ଏଠାରେ ପକ୍ଷୀଟିଏ ଉଡ଼ିବା କଷ୍ଟକର ବ୍ୟାପାର । ଏଠାରେ ଥିବା ଉଚ୍ଚ ଉଚ୍ଚ ପାଚେରୀ ମଜଭୁତ ମୋଟା ଗ୍ରାନାଇଟରେ ନିର୍ମାଣ କରାଯାଇଛି । ଆଉ ଏହାର ସୁରକ୍ଷା ପାଇଁ ପାଖାପାଖି ୩୦ ହଜାର ସେନାଙ୍କୁ ମୁତୟନ କରାଯାଇଛି । ଫୋର୍ଟ ନକ୍ସର ଛାତ ସମ୍ପୂର୍ଣ୍ଣ ଭାବେ ବୋମା ନିରୋଧକ । ଯେ କୌଣସି ଧରଣର ବୋମା ଫୁଟିଲେ ମଧ୍ୟ ଏହାର କୌଣସି କ୍ଷତି କରିପାରିବ ନାହିଁ । ଏହାସହ ଏହାର ଚାରିପଟେ ବିଭିନ୍ନ ପ୍ରକାରର ଆଲାର୍ମ୍ ମଧ୍ୟ ଲଗାଯାଇଛି । ଏହାର ସୁରକ୍ଷାରେ ଆପାଚେ ହେଲିକପ୍ଟର ବ୍ୟବହାର କରାଯାଉଛି । ବିନା ଅନୁମତିରେ ଏହା ଭିତରକୁ ତ ଦୂରର କଥା ଏହା ନିକଟକୁ ପହଞ୍ଚିବା ମଧ୍ୟ କଷ୍ଟକର ବ୍ୟାପାର ହୋଇଥାଏ । ଫୋର୍ଟ ନକ୍ସକୁ ଗୋଲ୍ଡ ରିଜର୍ଭ ବୋଲି ମଧ୍ୟ କୁହାଯାଏ । କାରଣ ଏଠାରେ ପାଖାପାଖି ୪୨ ଲକ୍ଷ କିଲୋ ସୁନା ରଖାଯାଇଛି । ଏହାବ୍ୟତୀତ ଏଠାରେ ଆମେରିକା ସ୍ୱତନ୍ତ୍ରତାର ଅସଲି ଘୋଷଣାପତ୍ର, ଗୁଟେନବର୍ଗର ବାଇବେଲ ଓ ଆମେରିକା ସମ୍ବିଧାନର ଅସଲି କପି ଆଦି ମହତ୍ୱପୂର୍ଣ୍ଣ ଜିନିଷ ଗଚ୍ଛିତ ରହିଛି ।