ଭଙ୍ଗା ଏରୋପ୍ଲେନ୍ରେ ରେଷ୍ଟୁରାଣ୍ଟ୍

ପରିବର୍ତ୍ତିତ ସମୟ ସହିତ ଲୋକଙ୍କ ରୁଚିକୁ ଦୃଷ୍ଟିରେ ରଖି ଅନେକ କମ୍ପାନୀ ସେମାନଙ୍କର କାରବାର ବୃଦ୍ଧି ପାଇଁ ତଥା ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଏହି ମର୍ମରେ ରାଜସ୍ଥାନ ବହରୋଡରେ ଏକ କମ୍ପାନୀ ନୂଆ ପ୍ରକାର ରେଷ୍ଟୁରାଣ୍ଟ୍ ସ୍ଥାପନ କରିଛି । ଏରୋପ୍ଲେନ୍ର ଭଙ୍ଗାତୁଟା ଅଂଶକୁ ନେଇ ଏହି ରେଷ୍ଟୁରାଣ୍ଟ୍ ନିର୍ମାଣ କରାଯାଇଛି । ଏହା ଭିତରେ ବସି ଗ୍ରାହକ ଆରାମରେ ଏରାପ୍ଲେନ୍ରେ ଦିଆଯାଉଥିବା ଆତିଥେୟତାର ମଜା ନେଇପାରିବେ । ପୂର୍ବରୁ ଲୁଧିଆନାରେ ହାୱାଇ ଆ‡ା ନାମକ ଏକ ରେଷ୍ଟୁରାଣ୍ଟ୍ ନିର୍ମାଣ କରାଯାଇଥିଲା । ଏହାର ସଫଳତା ପରେ ଏବେ ଦେଶର ଅନ୍ୟ ଅଞ୍ଚଳରେ ଏପରି ରେଷ୍ଟୁରାଣ୍ଟ୍ ନିର୍ମାଣ କରାଯିବାର ଯୋଜନା ରହିଛି । ଏଭଳି ରେଷ୍ଟୁରାଣ୍ଟ୍ରେ ୭୨ ଲୋକ ବସି ଖାଇବାର ସୁବିଧା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ