ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌): ଭାରତ ରତ୍ନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀରେ ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ଏକତା ଦିବସ ଗୁରୁବାର ପାଳିତ ହୋଇଯାଇଛି । ଏହି ଅବସରରେ ଗଂଗଦାସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅଧିକାରୀ ଲେଙ୍କାଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ଅଧ୍ୟାପକ ଡଃ.ନିରଂଜନ ବିଶ୍ୱାଳ,ଏନଏସଏସର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ପ୍ରତାପ ମିଶ୍ର,ୱାଇଆରସି ସଂଯୋଜକ ଅଧ୍ୟାପକ ଧିରେନ ପତି,ଅଧ୍ୟାପିକା ଅନୂସୟା ଲେଙ୍କା, ଲିପ୍ସାରଣୀ ଦାଶ, ଅଧ୍ୟାପକ ସନ୍ତୋଷ ଆଚାର୍ଯ୍ୟ,ହରିପ୍ରସାଦ ପତି ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉକ୍ତ ଦିବସର ମହାନୀୟତା ସଂର୍ପକରେ ଆଲୋକପାତ କରାଇଥିଲେ । ଏହି ଅବସରରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଜାତୀୟ,ଏକତା ,ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ନିମିତ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମର ପରିଚାଳନାରେ ଦୁର୍ଯୋଧନ ଜେନା,ରିତେଶ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ