ନାଉଗାଁରେ ବଳିଦାନ ଦିବସ ପାଳିତ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ ବଳିଦାନ ଦିବସ ଗୁରୁବାର ପାଳିତ ହୋଇଛି ।ଏହି ଅବସରରେ ଜିଲ୍ଲା କଂଗ୍ରେସ ଉପସଭାପତି ତଥା ପୂର୍ବତନ ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷ ବିଚିତ୍ରାନନ୍ଦ ଲେଙ୍କାଙ୍କ ନେତୃତ୍ୱରେ ନାଉଗାଁ ବଜାରରେ ଥିବା ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏଥିରେ ବରିଷ୍ଠ କଂଗ୍ରେସ ନେତା ବେଣୁଧର ସ୍ୱାଇଁ, ପୂର୍ବତନ ସରପଂଚ ସଚ୍ଚିଦାନନ୍ଦ ପରିଡା,ଜିଲ୍ଲା ଛାତ୍ର କଂଗ୍ରେସ ସଂଯୋଜକ କ୍ରିଷ୍ଣାନନ୍ଦ ସାହୁ, ଅଜୟ ଦାସ, ଦେବଜ୍ୟୋତି ମହାନ୍ତି, ବଂଶୀଧର ସ୍ୱାଇଁ, ପ୍ରଭାତ ପରିଡା, ଅଭୟ ବିଶ୍ୱାଳ, ଅଲେଖ ସାହୁ ପ୍ରମୁଖ ଯୋଗ ଦେଇ ଇନ୍ଦିରା ଗାନ୍ଧୀଙ୍କର ଦେଶ ପ୍ରତି ଥିବା ବଳିଦାନ ଉପରେ ଆଲୋକପାତ କରିଥିଲେ ।


