ରାସ୍ତାକଡରୁ ଯୁବକ ଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ।
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ପାଟପୁର ଥାନା ଅନ୍ତର୍ଗତ ୩୨୬ ନଂ ଜାତୀୟ ରାଜପଥ ପୋଡାମାରୀ ଠାରେ ରବିବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପାଟପୁର ପୋଲିସ ଉଦ୍ଧାର କରିଥିବା ବେଳେ ଘଟଣାସ୍ଥଳରୁ ଯୁବକ ଜଣକ ବ୍ୟବହୃତ ବାଇକକୁ ମଧ୍ୟ ଜବତ କରିଥିବା ଜଣାପଡ଼ିଛି । ତେବେ ଏନେଇ ମୃତକଙ୍କ ପରିବାର ଏହି ଘଟଣାକୁ ସମ୍ପୂର୍ଣ୍ଣ ହତ୍ୟା ଅଭିଯୋଗ ଆଣିଥିବା ଜଣାପଡ଼ିଛି। ମୃତ ଯୁବକ ହେଲେ ସାନଖେମୁଣ୍ଡି ବ୍ଲକ ପଟିଗୁଡା ଗ୍ରାମର ରଞ୍ଜିତ କୁମାର ଗୌଡ଼ (୨୨) ବୋଲି ସୂଚନା ମିଳିଛି । ଖବରପ୍ରକାରେ , ରଞ୍ଜିତ ଶନିବାର ରାତିରେ କୈାଣସି କାମରେ ନିଜ ବାଇକ ନେଇ ଘରୁ ବାହାରକୁ ଯାଇଥିବା ବେଳେ ବିଳମ୍ବିତ ରାତିସୁଦ୍ଧା ଘରକୁ ଫେରିନଥିଲେ । ତେବେ ରାତି ୩ ଟାରେ ପରିବାର ଲୋକଙ୍କୁ ଖବର ପାଇଥିଲେ ଯେ , ତୁମ ପୁଅ ରଞ୍ଜିତର ବାଇକ ଦୁର୍ଘଟଣା ହୋଇଛି ଏବଂ ପୋଡାମାରୀ ମୁଖ୍ୟ ରାସ୍ତାରେ ବାଇକ ସହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଶରୀର ପଡ଼ିରହିଛି । ଖବରପାଇ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ପୁଅର ଏଭଳି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବିଶ୍ୱାସ କରିପାରୁ ନାହାଁନ୍ତି । ଏନେଇ ପରିବାର ଲୋକେ ପାଟପୁର ଥାନାରେ ଖବର ଦେଇଥିଲେ । ଖବରପାଇ ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅମୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ତେବେ ସେଠାରେ ଉପସ୍ଥିତ ଡାକ୍ତର ମୃତଘୋଷଣା କରିଥିଲେ । ଏନେଇ ପାଟପୁର ପୋଲିସ ମୃତଦେହ ଜବତ କରିବା ସହ ଥାନା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ମେଡ଼ିକାଲ ପଠାଇଥିବା ଜଣାପଡିଛି । ତେବେ ଯୁବକଙ୍କ ମୃତ ସନ୍ଦେହ ଘେରରେ ରହିଥିବା ବେଳେ ପୂର୍ବରୁ ଯୁବକ ଜଣକ କଳା ବ୍ୟବସାୟ କରୁଥିବା ମଧ୍ୟ ପୋଲିସ ଅନୁମାନ କରୁଥିବା ଜଣାପଡିଛି।ଏ ନେଇ ହତ୍ୟାକାଣ୍ଡ ହୋଇଥାଇ ପରେ ବୋଲି ଅଞ୍ଚଳ ରେ ମତପ୍ରକାଶ ପାଇଛି ।


