ରାସ୍ତାକାମକୁ ନେଇ ଉତ୍ତେଜନା
ବାଲେଶ୍ୱର : ଟାଉନ ଥାନା ଅନ୍ତର୍ଗତ ଟୁଲଙ୍କସାହି ଗ୍ରାମରେ ରାସ୍ତା କାମକୁ ନେଇ ଗଣ୍ଡଗୋଳ ଦେଖାଦେଇଛି । ଘଟଣାରୁ ପ୍ରକାଶ ଯେ ରେମୁଣା ବ୍ଲକ ଅନ୍ତର୍ଗତ କରଞ୍ଜିଆ ପଞ୍ଚାୟତର ଟୁଲଙ୍କସାହି ଗ୍ରାମର ୰ ହରେକୃଷ୍ଣ ପଣ୍ଡାଙ୍କ ପୁଅ ନିରଞ୍ଜନ ପଣ୍ଡା (୭୨)ଙ୍କ ଘର ପୂର୍ବ ତରଫକୁ ଏକ ସରକାରୀ ରାସ୍ତା ଅଛି । ସେହି ରାସ୍ତାରେ କଙ୍କ୍ରିଟ୍ କାମ ଚାଲିଥିଲା ବେଳେ ନିରଞ୍ଜନଙ୍କ ବାଡ ଉପାଡି ଗଛ ସବୁ କାଟି ଦେବା ଦୁଃଖର ବିଷୟ । ନିରଞ୍ଜନ ବିରୋଧ କରିବାରୁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେବା, ମାରି ଦେବା ପାଇଁ ଧମକ ଦେବା ଟାଉନ ଥାନାରେ ଅଭିଯୋଗ ହୋଇଛି । ଖବରରୁ ଜଣାପଡିଛି ଯେ ଉକ୍ତ ରାସ୍ତାର ମରାମତି ଦାୟିତ୍ୱ ସରପଞ୍ଚଙ୍କ ସ୍ୱାମୀ ତଥା ଅମୂଲ୍ୟ ପ୍ରଧାନଙ୍କ ପୁଅ ଅଶୋକ ପ୍ରଧାନ ନେଇଥିଲେ । ଅଶ୍ଳୀଳ ଭାଷାରେ ଗାଳୁଗୁଲଜକୁ ସହି ନପାରି ନିରଞ୍ଜନ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ଗାଳିଗୁଲଜ କରୁଥିବା ଅଶୋକ ପ୍ରଧାନ ଓ ସାଙ୍ଗରେ ଥିବା ରମେଶ ନାୟକ ଏବଂ ତାଙ୍କ ସାଙ୍ଗରେ ଥିବା ଅନ୍ୟ ୩ ରୁ ୪ ଜଣ ଲୋକଙ୍କୁ ଡାକି ସମସ୍ୟାର ଆପୋଷ ସମାଧାନ କରାଇଥିଲେ । ପ୍ରକାଶ ଥାଉ କି ପୋଲିସ ଆଗରେ ଅଶୋକ ନିରଞ୍ଜନଙ୍କୁ କ୍ଷମା ମାଗିବା ସହିତ ଭବିଷ୍ୟତରେ ଆଉ ସେପରି କାମ କେବେ କରିବେ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି ।