ରାସ୍ତାପାଶ୍ୱର୍ ଦୋକାନ ଖାଦ୍ୟର ଗୁଣବତ୍ତା ଯାଞ୍ଚ

ବାଲେଶ୍ୱର, (ସରୋଜ ପଣ୍ଡା) : ରାସ୍ତାପାଶ୍ୱର୍ରେ ବିକ୍ରି ହେଉଥିବା ଖାଦ୍ୟପଦାର୍ଥର ଗୁଣବତ୍ତା ଯାଞ୍ଚ କରିଛି ଜିଲା ଖାଦ୍ୟ ନିରାପତ୍ତା ଦଳ । ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର ଓ ଖାଦ୍ୟ ନିରାପତ୍ତା ଅଧିକାରିଣୀ ଅନୁଶ୍ରୀ ଖଟୁଆଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ କର୍ମଚାରୀମାନେ ଏହି ଦଳରେ ସାମିଲ ହୋଇଥିଲେ । ଏହି ଦଳ ବାଲେଶ୍ୱର ସହରର ବିଭିନ୍ନ ଅଞ୍ଚଳର ରାସ୍ତାପାଶ୍ୱର୍ ଦୋକାନ ସମେତ ହେଟେଲ ଓ ଜଳଖିଆ ଦୋକାନ ଉପରେ ଚଢ଼ଉ କରିଥିଲା । ଏଡିଏମ ଛକରେ ଥିବା ଏକାଧିକ ଗୁପଚୁପ, ଚାଟ, ମୋମୋ, ପାଉଁଭାଜି, ଚାଉମିନ ପ୍ରଭୃତି ଦୋକନର ଖାଦ୍ୟର ଗୁଣବତ୍ତା ଯାଞ୍ଚ କରାଯାଇଥିଲା । ଦୋକାନରେ ବ୍ୟବହୃତ ଖାଦ୍ୟ ସାମଗ୍ରୀ, ପାନୀୟଜଳ, ଗ୍ରାହକଙ୍କୁ ପରିବେଷଣର ଧାରା ଆଦିକୁ ଏହି ଯାଞ୍ଚ ବେଳେ ଗୁରୁତ୍ୱ ଦିଆଯାଇଥିଲା । ପରେ ଏହି ଦଳ ସହରର ଏକାଧିକ ହୋଟେଲ ଓ ମିଷ୍ଟାନ୍ନ ଭଣ୍ଡାର, ଜଳଖଆ ଦୋକାନମାନଙ୍କରେ ଯାଞ୍ଚ କରିଥିଲା । ଆଗାମୀ ଦିନରେ ବି ଏହି ଯାଞ୍ଚ ଜାରି ରହିବ ବୋଲି ଖାଦ୍ୟ ନିରାପତ୍ତା ଅଧିକାରିଣୀ ଶ୍ରୀମତୀ ଖଟୁଆ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ