ରାସ୍ତା ବିବାଦକୁ ନେଇ ହତ୍ୟାକାଣ୍ଡ

ଜୟପୁର, (ଓ୍ବାଇଏନ୍ଏସ୍):ରାସ୍ତା ବିବାଦକୁ ନେଇ ଜୟପୁରର ସୁନାରୀ ସାହି ନିକଟରେ ଘଟିଛି ହତ୍ୟାକାଣ୍ଡ । ସାହି ପଡ଼ିଶା ଭିତରେ ଝିମିଟି ଖେଳରୁ ମହାଭାରତ ଭଳି ଘର ସମ୍ମୁଖର ଜାଗା ଓ ରାସ୍ତାକୁ ନେଇ ହତ୍ୟାକାଣ୍ଡ ଘଟିଛି । ଜୟପୁର ସୁନାରୀ ସାହିରେ ଭବାନୀ ପ୍ରସାଦ ରଥ ଓ ଗୋବିନ୍ଦ ଦାସଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଗୋବିନ୍ଦ ଏକ ଛୁରୀ ଦ୍ୱାରା ଭବାନୀଙ୍କୁ ବାରମ୍ବାର ପେଟରେ ଆଘାତ କରିଥିଲେ । ଫଳରେ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା । ଭବାନୀଙ୍କୁ ପ୍ରଥମେ ଜୟପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରିଥିଲେ ଏବଂ ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କୋରାପୁଟସ୍ଥିତ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକତର ଭବାନୀଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଭବାନିଙ୍କ ବୟସ ୪୦ । ଗୋବିନ୍ଦଙ୍କୁ ଜୟପୁର ଟାଉନ ପୋଲିସ ନେଇ ଅଟକ ରଖିଥିବା ଜଣାପଡ଼ିଛି । ଭବାନୀଙ୍କ ଦୁଇଟି ପୁଅ ଥିବା ବେଳେ ଉକ୍ତ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣାସ୍ଥଳରେ ଟାଉନ ଥାନା ଆଇଆଇସି ବାଲେଶ୍ୱର ଗିଧି ଏବଂ ପୋଲିସ ଟିମ୍ ତଦନ୍ତ କରି ଫେରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ