ଅର୍ଥାଭାବ ଦୂର ଲାଗି ବାସ୍ତୁ ଉପାୟ
ଏବେ ଲକଡାଉନ କୋହଳ ହୋଇଥିଲେ ହେଁ ଲୋକମାନେ ବହୁତ ମାତ୍ରାରେ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି। ଅନେକ ଲୋକ ଆର୍ଥିକ ସମସ୍ୟାକୁ ସାମ୍ନା କରୁଛନ୍ତି। ଆଉ ଏଥିପାଇଁ ଅନେକ ଲୋକ ଚିନ୍ତାରେ ବି ଅଛନ୍ତି। ଯଦି ଆପଣ ମଧ୍ୟ ଏହି କରୋନା ଲକଡାଉନରେ ଆର୍ଥିକ ସମସ୍ୟା ଦେଇ ଗତି କରୁଥାନ୍ତି ତେବେ ଆପଣଙ୍କ ପାଇଁ ଆଜି ଆମେ ଆଣିଛୁ କିଛି ବାସ୍ତୁ ଟିପ୍ସ। ତାହେଲେ ଆସନ୍ତୁ ଜାଣିବା କ’ଣ ଏହି ଉପାୟ।
ରୂପା ମୁଦ୍ରା: ଘରେ ଯଦି ଟଙ୍କା ପଇସାର ଅଭାବ ଥାଏ ତେବେ ଆପଣ ରୂପା, ମାଟି କିମ୍ବା କାଚର ଏକ ପାତ୍ର ନିଅନ୍ତୁ। ସେହି ପାତ୍ରରେ ଏକ ମୁଦ୍ରା ରଖନ୍ତୁ। ଏହାପରେ ଏହି ପାତ୍ର ଉପରେ ପାଣି ଭରିଦିଅନ୍ତୁ। ପାଣି ଭରିବା ପରେ ଘରର ଉତ୍ତର ଦିଗରେ ଏହାକୁ ରଖିଦିଅନ୍ତୁ। ପାତ୍ରରେ ଥିବା ପାଣିକୁ ପ୍ରତିଦିନ ଯେମିତି ପରିବର୍ତ୍ତନ କରିବେ। ଏମିତି ପ୍ରତିଦିନ କରିବା ଦ୍ୱାରା ଧୀରେ ଧୀରେ ଆପଣଙ୍କୁ ଅର୍ଥ ଅଭାବ ସମସ୍ୟା ଦୂର ହେବ।
ପ୍ରଥମ ରୁଟି ଗାଈକୁ ଦିଅନ୍ତୁ : ପ୍ରତ୍ୟେକ ଦିନ ଖାଦ୍ୟ ବନାଇବା ସମୟରେ ପ୍ରଥମ ରୁଟିକୁ ଗାଈ କିମ୍ବା ରାତିର ଶେଷ ରୁଟି କୁକୁରରକୁ ଖାଇବାକୁ ଦେବା ଦ୍ୱାରା ଟଙ୍କା ଅଭାବ ରହେନାହିଁ।
ଝୋଟି ଛିଟା ଦିଅନ୍ତୁ : ଘରେ ଧନ ସମୃଦ୍ଧି ପାଇଁ ପ୍ରତି ଗୁରୁବାର ଛିଟା ମାରିବା ଉଚିତ। ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀ ଖୁସି ହୁଅନ୍ତି ଏବଂ ତାଙ୍କର ଆଶୀର୍ବାଦ ସବୁବେଳେ ରହିଥାଏ।


