ରେଞ୍ଜର ଙ୍କୁ ଚଲେଇ ଚଲେଇ କ୍ଷୟ କ୍ଷତି ବୁଲେଇ ଦେଖେଇଲେ ଗ୍ରାମବାସୀ
କରଂଜିଆ, (ଯୁଗାବ୍ଦ ନ୍ୟୁଜ) : ୨୬ଟିକିଆ ଝାଡ଼ଖଣ୍ଡି ହାତୀପୋଲଙ୍କ ଉପଦ୍ରବ ରେ ଅତିଷ୍ଠ ହୋଇ ପ୍ରଥମେ ଦୁଧିଆଣି ରେଞ୍ଜ ଅଫିସ ଘେରାଓ କରିବା ପରେ ରେଞ୍ଜ ଅଧିକାରୀଙ୍କୁ କ୍ଷୟକ୍ଷତି ଆକଳନ କରିବାକୁ ଚଲେଇ ଚଲେଇ ଗାଁକୁ ନେଲେ ଗୀଧିବାସ ଗ୍ରାମବାସୀ।ଆଉ ବର୍ଷାରେ ଭିଜିଭିଜି କରାଇଲେ କ୍ଷୟକ୍ଷତି ଆକଳନ।ତେବେ ଏଠାରେ ସୂଚନା ଯୋଗ୍ୟଯେ ,ଏହି ୨୬ଟିକିଆ ଝାଡ଼ଖଣ୍ଡି ହାତୀପୋଲଙ୍କ ଦୌରାତ୍ମରେ ଅତିଷ୍ଠ ହୋଇ ଗତ ମାସକ ମଧ୍ୟରେ ଦୁଧିଆଣି ରେଞ୍ଜ କାର୍ଯ୍ୟାଳୟକୁ ଦୁଇ ଦୁଇଥର ଘେରାଓ କରାଯାଇଥିବା ବେଳେ,କରଂଜିଆ ବନଖଣ୍ଡ କାର୍ଯ୍ୟାଳୟକୁ ଥରେ ଘେରାଓ କରିସାରିଲେଣି କରଂଜିଆ ବ୍ଲକର ତିନିଟି ଗାଁର ଲୋକେ।ପ୍ରତ୍ୟେକ ବର୍ଷଭଳି ଏବର୍ଷ ମଧ୍ୟ୍ୟ ୨୫ ଟିକିଆ ଝାଡଖଣ୍ଡି ବଣୁଆ ହାତୀ ପଲ କରଞ୍ଜିଆ ବନଖଣ୍ଡ ରେ ତାଙ୍କ ଉପଦ୍ରଵ ଜାରୀ ରଖିଛନ୍ତି | ସେପଟେ ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ଉଦ୍ୟମ ଜାରି ରହିଥିଲେ ମଧ୍ୟ ହାତୀପଲ ଅଞ୍ଚଳ ଛାଡି ଯିବାର ନାମ ଧରୁନାହାନ୍ତି। ଏଥିପାଇଁ ବନ ବିଭାଗକୁ ନାକେଦମ ହେବାକୁ ପଡୁଛି ।