ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଶିଶୁ ଦିବସ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ରମାନଙ୍କୁ ନେଇ ଶିଶୁ ଦିବସ ପାଳନ ହୋଇଯାଇଛି । ପାନ୍ ଇଣ୍ଡିଆ କାର୍ଯ୍ୟକ୍ରମର ପରିପ୍ରେକ୍ଷୀରେ ଆୟୋଜିତ ଏହି ଶିଶୁ ଦିବସରେ ଛାତ୍ରମାନଙ୍କୁ ନେଇ ପ୍ରଭାତ ଫେରି କରାଯାଇଥିଲା । ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକଙ୍କ ଅଧ୍ୟକ୍ଷତାରେ ଛାତ୍ରମାନେ ପ୍ଲାକାର୍ଡ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇଥିଲେ । ପରେ ବିଦ୍ୟାଳୟ ସଭାଗୃହରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃଷକେତୁ ଦାଶଙ୍କ ପୈରହିତ୍ୟରେ ଆୟୋଜିତ ସଚେତନତା ଶିବିରରେ ପ୍ରାଧିକରଣର ସଚିବ ଶ୍ରୀ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶିଶୁ ଦିବସର ପାଳନ ଓ ଶିଶୁ ଓ କିଶୋର ନ୍ୟାୟ ବିଷୟରେ ଉପସ୍ଥିତ ଛାତ୍ରମାନଙ୍କୁ ଅବଗତ କରାଇଥିଲେ । ପ୍ରାଧିକରଣ ଦ୍ୱାରା ଛାତ୍ରଛାତ୍ରମାନଙ୍କୁ କିପରି ତୃଣମୂଳସ୍ତରରେ ଆଇନର ଜ୍ଞାନ ପହଞ୍ଚାଯାଇପାରିବ ଓ ପ୍ରାଧିକରଣ ଏଥିପାଇଁ କିପରି କାର୍ଯ୍ୟ କରିଥାଏ ସେ ଉପରେ ଆଲୋକପାତ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ଦାଶ ମଧ୍ୟ ଶିଶୁ ଦିବସ ବିଷୟରେ ଛାତ୍ରମାନଙ୍କୁ ଅବଗତ କରାଇଥିଲେ । ଆୟୋଜିତ ପ୍ରଭାତଫେରି ର୍ୟାଲିରେ ସଚେତନତା ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା ପରିଶେଷରେ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ୟାନ୍ ଇଣ୍ଡିଆ କାର୍ଯ୍ୟକ୍ରମର ଲାଇଭ ଉଦ୍ଯାପନୀ ସ୍ଥାନୀୟ ନବଜୀବନ ଶିଶୁ ସୁରକ୍ଷା ଅନୁଷ୍ଠାନ ଠାରେ ସମସ୍ତଛାତ୍ରୀମାନଙ୍କୁ ଲ୍ୟପଟ୍ୟାପ ମାଧ୍ୟମରେ ପରିବେଷଣ କରାଯାଇଥିଲା ।


