ରେମୁଣାରେ, ବିଜେପିର ସାଂଗଠନିକ ବୈଠକ

ରେମୁଣା, (ସରୋଜ ପଣ୍ଡା):ରେମୁଣାରେ ବିଜେପିର ସାଂଗଠନିକ ବୈଠକ ଦଳୀୟ କାର୍ଯ୍ୟାଳୟ ବାଲିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି।ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ନେତୃତ୍ବରେ ଆୟୋଜିତ ସାଂଗଠାନିକ ବୈଠକରେ ନିର୍ବାଚନ ମଣ୍ଡଳୀର ୬ ଗୋଟି ମଣ୍ଡଳର ମଣ୍ଡଳ ସଭାପତି,ଦୁଇ ସାଧାରଣ ସମ୍ପାଦକ,ଶକ୍ତିକେନ୍ଦ୍ର ପ୍ରମୁଖ,ସହ ପ୍ରମୁଖ,ଶକ୍ତିକେନ୍ଦ୍ର ପ୍ରଭାରୀ,ପଞ୍ଚାୟତର ନିର୍ବାଚିତ ସରପଞ୍ଚ,ସମିତି ସଭ୍ୟ,ଜିଲ୍ଲା ପରିଷଦ ପଦ ପାଇଁ ଲଢିଥିବା କାର୍ଯ୍ୟକର୍ତ୍ତା,ପ୍ରତ୍ୟେକ ପଞ୍ଚାୟତ ତଥା ରେମୁଣା NAC ର ବରିଷ୍ଠ କାର୍ଯ୍ୟକର୍ତ୍ତା ସଂଗଠନରେ ଥିବା ଜିଲ୍ଲା ଓ ରାଜ୍ୟର ବରିଷ୍ଠ କାର୍ଯ୍ୟକର୍ତ୍ତା ଇତ୍ୟାଦି ଯୋଗ ଦେଇଥିଲେ।ସର୍ବ ପ୍ରଥମେ ବାଘାଯତୀନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା ମଞ୍ଚ ଆହ୍ବାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ବନ୍ଦେ ମା ତରମ୍ ଗାନ ଏବଂ ସମ୍ବର୍ଦ୍ଧନା ପର୍ବ ସରିବା ପରେ ରେମୁଣା କୋର କମିଟିର ଆବାହକ ଉମାକାନ୍ତ ପଣ୍ଡା ସଭା କାର୍ଯ୍ୟ ପରିଚାଳନା କରିଥିଲେ।ରେମୁଣାର ବରିଷ୍ଠ କାର୍ଯ୍ୟକର୍ତ୍ତା କାର୍ତ୍ତିକ ଚନ୍ଦ୍ର ଗିରି ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି ଆସନ୍ତା ନିର୍ବାଚନ ପାଇଁ ପ୍ରସ୍ତୁତ ହେବା ଲାଗି କାର୍ଯ୍ୟକର୍ତ୍ତା ଙ୍କୁ ଆହ୍ବାନ କରିଥିଲେ।ରେମୁଣା ବ୍ଲକ ପୂର୍ବତନ ଅଧକ୍ଷ ସୁଶାନ୍ତ ପଟ୍ଟନାୟକ ଦଳ ପାଇଁ କାର୍ଯ୍ୟକର୍ତ୍ତା ଙ୍କ ଅବଦାନ ତଥା କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମରେ ଆଗାମୀ ଦିନ ଦଳ ପୁଣି ରେମୁଣାର ପୂର୍ବ ଗୌରବ ଫେରି ପାଇବ ବୋଲି ଆଶା ପୋଷଣ କରିଥିଲେ।ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି ମୋଦୀ ଜୀ ଙ୍କର ବିଭିନ୍ନ ଜନକଲ୍ୟାଣ ଯୋଜନା ବିଷୟରେ ଏବଂ ନିକଟ ଅତୀତରେ ସଂସଦରେ ପାରିତ ହୋଇଥିବା ମହିଳା ସଂରକ୍ଷଣ ବିଲ ଉପରେ ବିଶେଷ ଭାବରେ ଆଲୋକପାତ କରିଥିଲେ।ରେମୁଣା ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଆଶିଷ ଘୋଷ ପ୍ରତ୍ୟେକ ଶକ୍ତିକେନ୍ଦ୍ରର ସଂରଚନା ବୁଥ କମିଟି ଗଠନର ପ୍ରକ୍ରିୟା ଶେଷ କରିବାକୁ କାର୍ଯ୍ୟକର୍ତ୍ତା ମାନଙ୍କୁ ଉପଦେଶ ଦେଇଥିଲେ।ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଦଳର ସାଂଗଠନିକ ଆଲୋଚନା ଏବଂ ଦଳ ପକ୍ଷରୁ ନିଆଯାଇଥିବା ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ ଯଥା “ମେରା ମିଟ୍ଟି ମେରା ଦେଶ”,ସ୍ୱଚ୍ଛତା କାର୍ଯ୍ୟକ୍ରମ,ବିଭିନ୍ନ ଜନ ସମ୍ପର୍କ ଅଭିଯାନ ସମ୍ବନ୍ଧରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନଙ୍କୁ ସୂଚନା ଦେଇଥିଲେ।ନିର୍ବାଚନ ମଣ୍ଡଳୀ ନେତା ତଥା ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଙ୍କୁ ଉତ୍ସାହବର୍ଦ୍ଧକ ଅଭିଭାଷଣ ମାଧ୍ୟମରେ କହିଥିଲେ ଯେ,ଯଦି ପ୍ରତ୍ୟେକ ଟି କାର୍ଯ୍ୟକର୍ତ୍ତା ଏକ ମନ ଏକ ପ୍ରାଣ ହୋଇ ଦଳ ପ୍ରତି ଆନୁଗତ୍ୟ ରଖି କାମ କରିବେ ତେବେ ରେମୁଣାରେ ପୁଣି ବିଜୟର ବୈଜୟନ୍ତୀ ବାନା ନିଶ୍ଚିତ ଉଡ଼ିବ।ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଦଳର ସାଙ୍ଗଠାନିକ କାର୍ଯ୍ୟ ଠିକ୍ ଠାକ୍ ରେ କରିବା ପାଇଁ ଉପସ୍ଥିତ କାର୍ଯ୍ୟକର୍ତ୍ତା ଙ୍କୁ ତାଗିଦ୍ କରିଥିଲେ। ଏବଂ ମୋଦୀ ଜୀଙ୍କର ବିଶ୍ଵକର୍ମା ଯୋଜନାରେ ଲାଭାର୍ଥି ମାନଙ୍କୁ ରେଜିଷ୍ଟେସନ କରାଇବା ,ପ୍ରତ୍ୟେକ ଶକ୍ତିକେନ୍ଦ୍ର ସ୍ତରରୁ ମଣ୍ଡଳ ସ୍ତର,ମଣ୍ଡଳ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଯୁବ କାର୍ଯ୍ୟକର୍ତ୍ତା ଙ୍କୁ କେନ୍ଦ୍ର ସରକାର ଙ୍କର ଖେଲୋ ଇଣ୍ଡିଆ ମାଧ୍ୟମରେ ପ୍ରତିଯୋଗୀତା ମାନ ଆୟୋଜନ କରିବା ପାଇଁ କହିଥିଲେ।ଶେଷରେ କନକଦୁର୍ଗା ମଣ୍ଡଳ ସଭାପତି ଗିରିଧାରୀ ଦାସ ସମସ୍ତଙ୍କୁ ଧନ୍ୟବାଦ୍ ଦେବା ଅବସରରେ କାର୍ଯ୍ୟକର୍ତ୍ତା ମାନେ ଆଗକୁ ଏହି ଭଳି ଏକତ୍ରିତ ହୋଇ ନିଜ ନିଜ ମଧ୍ୟରେ ବିଭେଦ ଭୁଲି କାର୍ଯ୍ୟ କଲେ ରେମୁଣା ରେ ନିଶ୍ଚିତ ପୁଣି ଡବଲ ଇଞ୍ଜିନ ସରକାର ଙ୍କ ପ୍ରତିନିଧି ନିର୍ବାଚିତ ହେବେ ବୋଲି ଦୃଢ଼କ୍ତି ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ