ଗାଧୋଇବାକୁ ଯାଇ ପୋଖରୀରେ ବୁଡି ମୃତ

ବାଲେଶ୍ୱର, (ସରୋଜ ପଣ୍ଡା):ନାବାଳିକା ସ୍କୁଲ ଯିବା ପାଇଁ ସାଙ୍ଗ ହୋଇ ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁ ହେବା ଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ସଦର ଥାନା ଓଡଙ୍ଗି ଗ୍ରାମରେ।ସୂଚନା ଥାଉ କି, ସଦର ଥାନା ଅନ୍ତର୍ଗତ ଓଡଙ୍ଗି ଗ୍ରାମର ବିଶ୍ୱଜିତ ଦାଶ ଙ୍କ ନାବାଳିକା ଝିଅ ତପଶ୍ଵନୀ ଦାଶ(୧୩) ଏବଂ ପଡୋଶୀ ସନ୍ତୋଷ ଦାସଙ୍କ ନାବାଳିକା ଝିଅ ତନୁଶ୍ରୀ ଦାସ(୧୨) ଦୁହେଁ ସ୍କୁଲ ଯିବା ପୂର୍ବରୁ ପୂର୍ବାହ୍ନ ୮ ଟା ସମୟରେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ।ପୋଖରୀ ରେ ଦୁହେଁ ଗାଧୋଇବା ବେଳେ ବୁଡି ଯାଇଥିଲେ।ବିଳମ୍ବ ହେବାରୁ ପରିବାର ଲୋକେ ପୋଖରୀ ପାଖକୁ ଯାଇ କୋଜାଖୋଜି କରିଥିଲେ।ପୋଖରୀ ଘାଟରେ ସେମାନଙ୍କର ଚପଲ,ଲୁଗା ପଡ଼ିଛି ହେଲେ ଦୁଇ ଝିଅଙ୍କ ପତ୍ତା ମିଳି ନଥିଲା ।ଗ୍ରାମବାସୀ ପୋଖରୀରେ ଖୋଜା ଖୋଜି କରିବା ସହ ଦମକଳ କେନ୍ଦ୍ର ଖବର ଦେଇଥିଲେ।ଦମକଳ ବାହିନୀ ଆସି ଖୋଜା ଖୋଜି କରି ଦୁଇଜଣଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ।ଚିକିତ୍ସାଳୟରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।ଦୁଇ ନାବାଳିକା ଝିଅଙ୍କ ମୃତ୍ୟୁ ଘଟଣା ନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିଲା। ଏ ନେଇ ସଦର ଥାନାରେ ଏକ ମାମଲା ରୁଜୁ ହୋଇ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ