ରେମୁଣା ବିଜେପି କାର୍ଯ୍ୟଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ରବିବାର ସନ୍ଧ୍ୟାରେ ବାଲିଆ ସ୍ଥିତ ରେମୁଣା ବିଜେପି କାର୍ଯ୍ୟଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ହରିପୁର ଗ୍ରାମପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ ରମାମଣି ସେନାପତି, ବିଜେଡିର ବରିଷ୍ଠ କାର୍ଯ୍ୟକର୍ତ୍ତା ନରେନ୍ଦ୍ର ସେନାପତି,୧୦ ନମ୍ବର ୱାର୍ଡର ୱାର୍ଡମେମ୍ବର ଭବାନୀ ଶଙ୍କର ସାହୁଙ୍କ ସମେତ ତାଙ୍କର କିଛି ସମର୍ଥକ ଆଜି ବିଧିବଦ୍ଧ ଭାବେ ଯଶଶ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏବଂ ରେମୁଣା ବିଧାୟକଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ବିଜେଡି ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ। ଏହି ମିଶ୍ରଣ ପର୍ବରେ ସରକାରୀ ଉପମୁଖ୍ୟ ସଚେତକ ତଥା ମାନ୍ୟବର ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, କୋର କମିଟି ଆବାହକ ଉମାକାନ୍ତ ପଣ୍ଡା, ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା,ମଳୟ କୁମାର ବିଶ୍ବାଳ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସୁବୋଧ ଚନ୍ଦ୍ର ପଣ୍ଡା, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ନାରାୟଣ ମହନ୍ତ ଏବଂ ହରିପୁର ପଞ୍ଚାୟତ ସଭାପତି ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ବିଧାୟକ ଶ୍ରୀ ଦାସ ମିଶିଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ବିଜେପି ଉତ୍ତୋରୀୟ ଏବଂ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। ସେ କହିଥିଲେ ଯେ ବିଜେପି ହେଉଛି ଏକ ରାଷ୍ଟ୍ରବାଦି ଦଳ, ଆମେ ସମସ୍ତେ ଏକ ମନ ଏକ ପ୍ରାଣ ହୋଇ କାମ କରିବା, ଏକ ବିକଶିତ ଭାରତ ଗଠନ ସହିତ ବିକଶିତ ରେମୁଣା ଗଠନ କରିବା। ଶେଷରେ ସମସ୍ତେ ନିଜ ନିଜ ମଧ୍ୟରେ ମିଠା ଖାଇବା ସହ “ଭାରତ ମାତା କି ଜୟ” ର ନାରା ଲଗାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ