ରେଲୱେ ହକର୍ସ ୟୁନିୟନର ଜୋନାଲ ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା):ରେଲୱେ ହକର୍ସ ୟୁନିୟନର ୫ମ ଜୋନାଲ ସମ୍ମିଳନୀ ନୂଆ ବଜାର ଶ୍ରମିକ ଭବନ ପରିସରରେ ବୁଧବାର ଅନୁଷ୍ଠିତ ହୋଇଛି । ଏଥିରେ ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲାର ରେଲୱେ ହକର୍ସ ୟୁନିୟନ ପ୍ରତିନିଧିମାନେ ଯୋଗ ଦେଇଥିଲେ । ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଶ୍ରମିକ ପତାକା ଉତ୍ତୋଳନ ପୂର୍ବକ ଏହି ସମ୍ମିଳନୀ ଶୁଭାରମ୍ଭ କରିଥିଲେ । ସମ୍ପ୍ରତି ଦେଶରେ ଶ୍ରମିକଙ୍କ ସମେତ ସାଧାରଣ ଲୋକଙ୍କ ଉପରେ କେନ୍ଦ୍ରର ବିଜେପି ସରକାରଙ୍କ ପକ୍ଷରୁ ଚାଲିଥିବା ଶୋଷଣ କ୍ରମଶଃ ସୀମା ଟପିଛି । ହକ ଆଦାୟ ତଥା ନ୍ୟାୟ ପାଇଁ ଏକମାତ୍ର ପନ୍ଥା ଭାବେ ଆନ୍ଦୋଳନକୁ ବ୍ୟାପକ କରିବାକୁ ଶ୍ରୀ ପଣ୍ଡା ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ପ୍ରତ୍ୟେକ ହକରଙ୍କ ପାଇଁ ଲାଇସେନ୍ସ ବା ପରିଚୟ ପତ୍ର ଦେବା, ସରକାରୀ ସହାୟତା ଦେବା, ବ୍ୟାଙ୍କ ଜରିଆରେ ଋଣ ଦେବା, ଜିଆରପି ଏବଂ ଆରପିଏଫଙ୍କ ଜୁଲମ ବନ୍ଦ କରିବା, ରେଲୱେ ଘରୋଇକରଣ ନୀତି ବାତିଲ କରିବା ପ୍ରଭୃତି ଦାବି ସମ୍ପର୍କରେ ସଂଘର କର୍ମକର୍ତ୍ତାମାନେ ଆଲୋଚନା କରିଥିଲେ । ଏଥିପାଇଁ ଇଷ୍ଟିକୋଷ୍ଟ ଏବଂ ଦକ୍ଷିଣ ପୂର୍ବ ରେଳ ଡ଼ିଭିଜନ ଆଗରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ନିଷ୍ପତ୍ତି ନିଆଯାଇଛି । ସମ୍ମିଳନୀକୁ ସ୍ୱାଗତ ଜଣାଇ ସଙ୍ଗଠନର ମୁଖ୍ୟ ସଙ୍ଗଠକ ରାଧାରମଣ ଷଡ଼ଙ୍ଗୀ, ସିଆଇଟିୟୁ ରାଜ୍ୟ ନେତୃତ୍ୱ ଦିବ୍ୟସିଂହ ନାୟକ, ଓଡ଼ିଶା ରେଲୱେ ୱାର୍କର୍ସ ୟୁନିୟନର ରାଜ୍ୟ ନେତୃତ୍ୱ ନିରଞ୍ଜନ ବେହେରା, ପଶ୍ଚିମବଙ୍ଗର ସିଆଇଟିୟୁର ନେତା ଦିଲ୍ଲୀପ ଦେ, ପାଚିକା ସଂଗଠନର ରାଜ୍ୟ ନେତୃତ୍ୱ ତଥା ସିଆଇଟିୟୁର ନେତ୍ରୀ ଈଷାଣୀ ଷଡ଼ଙ୍ଗୀ, ବିଜୟ ପାତ୍ର, ରାଜକିଶୋର ଲେଙ୍କା, ପ୍ରେମ ରଞ୍ଜନ ପାତ୍ର ପ୍ରମୁଖ ଏଥିରେ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ଶୋଷଣ ନୀତିକୁ କଡ଼ା ସମାଲୋଚନା କରିଥିଲେ । ପ୍ରଦୀପ ମହାନ୍ତି ସଂଗଠନର ରିପୋର୍ଟ ଉପସ୍ଥାପନ କରିଥିଲେ । ଶିଶିର ହୁଇ ଏହି ସମ୍ମିଳନୀରେ ସଭାପତିତ୍ୱ କରିଥିଲେ ।ଏହି ଅବସରରେ ସର୍ବ ସମ୍ମତି କ୍ରମେ ୟୁନିୟନର ନୂତନ କର୍ମକର୍ତ୍ତାଙ୍କ ସମେତ ୧୫ ଜଣିଆ କାର୍ଯ୍ୟକାରୀ କମିଟି ସଦସ୍ୟ ନିର୍ବାଚିତ ହୋଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ଦିବ୍ୟାଙ୍ଗଙ୍କୁ ପୁଲିସର ନିର୍ଯାତନା ପ୍ରସଙ୍ଗ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ