ସର୍ବଭାରତୀୟ ମା ବାସୁଳୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୧୫ରୁ
ହାଟଡ଼ିହି, (ବିକାଶ ବିଶ୍ୱାଳ):ସର୍ବଭାରତୀୟ ମା ବାସୁଳୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆସନ୍ତା ଜାନୁୟାରୀ ମାସ ୧୫ତାରିଖ ଠାରୁ ଆରମ୍ଭ ହୋଇ ୨୨ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ୟୁନିକ କେନ୍ଦୁଝର, ପ୍ରୋଗ୍ରେସିଭ ଝାରସୁଗୁଡା, ଖଡଗପୁର ରେଲୱେ, ଇଷ୍ଟକୋଷ୍ଟ ରେଲୱେ, ଟାଟା ଲିଓ ସ୍ପୋର୍ଟ, ରାଇଜିଂ ଷ୍ଟାର କଟକ, ସାଉଥଇଣ୍ଟ ରେଲୱେ ବୋକାର, ଇଲେଭେନ ଷ୍ଟାର ବରମପୁର ଭଳି ଦଳ ଗୁଡିକ ଭାଗନେବା ପାଇଁ ସ୍ୱିକୃତି ପ୍ରଦାନ କରିଛନ୍ତି । ୧୫ତାରିଖରେ ୟୁନିକ କେନ୍ଦୁଝର ଓ ପ୍ରୋଗ୍ରେସିଭ ଝାରସୁଗୁଡା, ୧୬ତାରିଖରେ ଖଡଗପୁର ରେଲୱେ ଓ ଇଷ୍ଟକୋଷ୍ଟ ରେଲୱେ, ୧୭ ତାରିଖରେ ପ୍ରଥମ ସେମିଫାଇନାଲ ମୃାଚ ଅନୁଷ୍ଠିତ ହେବ । ସେହିପରି ୧୯ତାରିଖରେ ଟାଟା ଲିଓ ସ୍ପୋର୍ଟ ଏବଂ ରାଇଜିଂ ଷ୍ଟାର କଟକ, ୨୦ତାରିଖରେ ସାଉଥଇଣ୍ଟ ରେଲୱେ ବୋକାର ଓ ଇଲେଭେନ ଷ୍ଟାର ବରମପୁର ମଧ୍ୟରେ ଲିଗ ମ୍ୟାଚ ଅନୁଷ୍ଠିତ ହେବାକୁ ଥିବାବେଳେ ୨୧ତାରିଖରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଓ ୨୨ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜିକଙ୍କ ପକ୍ଷରୁ ସୁଚନା ଦିଆଯାଇଛି ।


