ରେଳ ଧାରଣା ଅତିକ୍ରମ ବେଳେ ଟ୍ରେନ ଧକ୍କାରେ କଟିଲା ବ୍ୟକ୍ତିଙ୍କ ଗୋଡ

ଯୋଡା, (ସମୀର କୁମାର ଦାସ ): କେନ୍ଦୁଝର ଜିଲ୍ଲା ଯୋଡା ସହରସ୍ଥିତ ସହିଦ୍ ନଗରଠାରେ ରହୁଥିବା ହେମନ୍ତ ପ୍ରଧାନ ନାମକ ବ୍ୟକ୍ତି ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ଟ୍ରେନ୍ ଧକ୍କାରେ ଗୁରୁତର ହୋଇ ଡାକ୍ତର ଖାନାରେ ଭର୍ତି ହୋଇଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ଅପରାହ୍ନ ପ୍ରାୟ ୪:୩୦ ସମୟରେ ବାଚୁହଟିଂ ନିକଟସ୍ଥ ରେଳ ଧାରଣା ଦେଇ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରେନ୍ ଧକ୍କା ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଯୋଡା ସ୍ଥିତ ଟାଟା ଷ୍ଟିଲ୍ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ହେମନ୍ତ ପ୍ରଧାନଙ୍କର ଡାହାମ ଗୋଡଟି କଟିଯାଇଥିବା ଡାକ୍ତରଙ୍କ ସୂତ୍ରରୁ ଜଣାପଡିଥିଲା । ଘଟଣା ସ୍ଥଳକୁ ରେଳବାଇ ପୋଲିସ୍ ପହଂଚି ତଦନ୍ତ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ