ରେଷ୍ଟୁରାଣ୍ଟ ଖୋଲିବାଠୁ ବନ୍ଧୁକ କିଣିବା ସହଜ

ନୂଆଦିଲ୍ଲୀ : ରେଷ୍ଟୁରାଣ୍ଟ ଖୋଲିବାକୁ ୩୬ ମଞ୍ଜୁରି ଲୋଡ଼ା, ବନ୍ଧୁକ କିଣିବା ପାଇଁ ଦରକାର ମାତ୍ର ୧୯। ଭାରତରେ ରେଷ୍ଟୁରାଣ୍ଟ ଖୋଲିବା ଠାରୁ ବନ୍ଧୁକ କିଣିବା ସହଜ । ରେଷ୍ଟୁରାଣ୍ଟଟିଏ ଖୋଲିବା ପାଇଁ ନାନା ପ୍ରକାର ଦସ୍ତାବିଜ ଦରକାର ହେଉଛି । ଏକାଧିକ ମଞ୍ଜୁର ପାଇବା ପରେ ଯାଇ ଜଣେ ରେଷ୍ଟୁରାଣ୍ଟଟିଏ ଖୋଲିପାରୁଛି । ଅନ୍ୟ ପକ୍ଷରେ ବନ୍ଧୁକ ତଥା ବାଣ ଲାଇସେନ୍ସ ପାଇବା ପାଇଁ ଏତେ ପରିଶ୍ରମ କରିବାକୁ ପଡୁନାହିଁ । ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୧୯-୨୦ରେ ଏହା ଉଲ୍ଲେଖ କରାଯାଇଛି । ଦେଶରେ ଇଜ୍ ଅଫ୍ ଡୁଇଙ୍ଗ ବିଜନେସ ବଢ଼ାଇବା ପାଇଁ ସରକାର କାର୍ଯ୍ୟ କରୁଥିବା ବେଳେ ଏହା ଏକ ପ୍ରକାର ପ୍ରଶ୍ନ ଛିଡ଼ା କରନ୍ତି ।
ଭାରତୀୟ ଜାତୀୟ ରେଷ୍ଟୁରାଣ୍ଟ ସଂଘ (ଏନଆରଏଆର) ଅନୁସାରେ ବେଙ୍ଗାଲୁରୁରେ ଏକ ରେଷ୍ଟୁରାଣ୍ଟ ଖୋଲିବ ପାଇଁ ୩୬ ମଞ୍ଜୁର ଦରକାର ହେଉଛି । ଅନ୍ୟ ପକ୍ଷରେ ଦିଲ୍ଲୀ ଏବଂ କୋଲକାତାରେ ‘ପୁଲିସ ଇଟିଂ ହାଇସ ଲାଇସେନ୍ସ’ ବି ଲୋଡା ହେଉଛି । ଦିଲ୍ଲୀ ପୁଲିସଠାରୁ ଏହି ଲାଇସେନ୍ସ ହାସଲ କରିବା ପାଇଁ ୪୫ଟି ଦସ୍ତାବିଜ ଆବଶ୍ୟକ ହେଉଛି । ଏହା ବନ୍ଧୁକ ଏବଂ ବାଣ ଲାଇସେନ୍ସ ପାଇଁ ଆବଶ୍ୟକ ହେଉଥିବା ଦସ୍ତାବିଜ ପରିମାଣଠାରୁ ଢେର ମାତ୍ରାରେ ଅଧିକ । ସୂଚନାଯୋଗ୍ୟ, ବନ୍ଧୁକ ଏବଂ ବାଣ ଲାଇସେନ୍ସ ପାଇବା ପାଇଁ ଯଥାକ୍ରମେ ୧୯ ଓ ୧୨ଟି ଦସ୍ତାବିଜ ଲୋଡ଼ା । ସର୍ଭେରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ଆଇନଗତ ମଞ୍ଜୁରୀ ପାଇବା ପାଇଁ ରେଷ୍ଟୁରାଣ୍ଟ ଭଳି ସେବା କ୍ଷେତ୍ର ନାନା ସମସ୍ୟା ତଥା ବାଧାର ସାମ୍ନା କରୁଛି । ବିଶ୍ୱର ଯେ କୌଣସି ପ୍ରାନ୍ତରେ ଅଭିବୃଦ୍ଧି ଏବଂ ନିଯୁକ୍ତି ବଢ଼ାଇବାରେ ବାର ଏବଂ ରେଷ୍ଟୁରାଣ୍ଟ ଶିଳ୍ପର ଅବଦାନ ଗୁରୁତ୍ୱପୂର୍ଣ୍ଣ ରହିଛି । ତଥାପି ଭାରତରେ ଏକ ରେଷ୍ଟୁରାଣ୍ଟ ଆରମ୍ଭ କରିବାରେ ଅନେକ ସମସ୍ୟା ଦେଖାଦେବା ଦୁର୍ଭାଗ୍ୟର ବିଷୟ । ଏକ ରେଷ୍ଟୁରାଣ୍ଟ ଆରମ୍ଭ କରିବା ପାଇଁ ଭାରତରେ ସର୍ବାଧିକ ଲାଇସେନ୍ସ ଲୋଡ଼ାଯାଉଛି । ଚୀନ ଓ ସିଙ୍ଗାପୁରରେ ଏଥିପାଇଁ ମାତ୍ର ୪ଟି ଲାଇସେନ୍ସ ସରକାର ହେଉଥିବା ବେଳେ ଭାରତରେ ବିଭିନ୍ନ ପ୍ରକାର ବାଧ୍ୟତାମୂଳକ ଲାଇସେନ୍ସ ଏବଂ ମଞ୍ଜୁରୀ ଦରକାର ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ